#Breaking News

ସ୍ନାତକ ଯୋଗ୍ୟତାରେ ଅମଲାଙ୍କୁ ଦରମା ଦେବାକୁ ଦାବି


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ଅମଲା ସଂଘ କନ୍ଧମାଳ ଶାଖା ର ଏକ ବୈଠକ ଜିଲ୍ଲା ଶାଖା ସଭାପତି ଦେବେନ୍ଦ୍ର କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ ର ପ୍ରତିନିଧି ମାନେ ଯୋଗ ଦେଇ ଦୀର୍ଘ ଦିନ ହେଲା ଦିଆ ଯାଇଥିବା ଦାବୀ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ପ୍ରଚଳନ ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ସ୍ନାତକ ହାରରେ ଦରମା ପ୍ରଦାନ କରିବା ରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ଙ୍କ ମନରେ ଘୋର ନିରସ୍ୟ ମନୋଭାବ ସୃଷ୍ଟି ହେଇଛି। ସ୍ନାତକ ଯୋଗ୍ୟତା ଥାଇ ରାଜ୍ୟରେ କାର୍ଯ୍ୟରତ ଅନ୍ୟ ବର୍ଗ କର୍ମଚାରୀ ମାନଙ୍କ ଦରମା ୯ହଜାର ୩ଶହ ଟଙ୍କା ଏବଂ ଗ୍ରେଡ ପେ ୪୨ଶହ ଟଙ୍କା (ଲେବୁଲ୯) ପ୍ରଦାନ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ରାଜ୍ୟ ର ସମସ୍ତ ଅମଲା ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସରକାର ଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରମୁଖ ଭୂମିକା କୁ ସରକାର ସ୍ବୀକାର କରିବାର ନଜିର ଇତି ମଧ୍ୟରେ ବହୁ ବାର ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନେ ସଂଘର ଦାବିକୁ ଯଥାର୍ଥ ବିବେଚନା କରି ସ୍ନାତକ ହରରେ ଦରମା ପ୍ରଦାନ କରିବା ରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ଅମଲା ସଂଘ କନ୍ଧମାଳ ଜିଲ୍ଲା ପକ୍ଷରୁ ଦାବୀ ହୋଇଛି। ଏହି ବୈଠକ ରେ ଜିଲ୍ଲା ସଭାପତି ଶ୍ରୀ ପାତ୍ର ଙ୍କ ସମେତ କାର୍ଯ୍ୟକାରି ସଭାପତି ବିଶ୍ଵନାଥ ବାରିକ, ଅଶୋକ ପଟ୍ଟନାୟକ, ସୁରଜ ନାୟକ, କୈଳାଶ ଚନ୍ଦ୍ର ମିଶ୍ର ଅମ୍ବିକା ପ୍ରାସାଦ ପାତ୍ର, ପ୍ରମୁଖ ଏଥି ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *