#Breaking News

ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜନେତା ଓ ପ୍ରଶାସନ ଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ l ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି l ଏନଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ l ଦୀର୍ଘ ଶହେବର୍ଷ ରୁ ଉର୍ଦ୍ଧ ହେବ ସାହିବାସିନ୍ଦା ଶବଦାହ କରୁଥିବା ମଶାଣି ଚି଼ହ୍ନଟ ହୋଇନଥିବାରୁ ଲୋକେ ମଶାଣି ରେ ଘର କରିରହିଲେଣି ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆ ଙ୍କ କବଳରେ ମଶାଣି, ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଲାଣି l ମଶାଣି ରେ ଶବଗୃହ ଆଲୋକ ପାଣି ବ୍ୟବସ୍ଥା ଆଦୌନାହିଁ l ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାର ରୁ ଉର୍ଦ୍ଧ ଲୋକେ ଖରା ବର୍ଷା ଶୀତ ରେ ୱାର୍ଡବାସୀ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୁଇ ବର୍ଷତଳେ ବି ଏସ ଏଫ ଯବାନ ଶହୀଦ ଦିନେଶ ପାତ୍ର ଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜ଼ିଲ୍ଲାପାଳ ଉପସ୍ଥିତ ଥିଲେ l ୱାର୍ଡ଼ବାସୀ ଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ ଶବ ଗୃହ ପାଚେରୀ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ବୋଲି କହିଛନ୍ତି ୱାର୍ଡ ବାସୀ l ତୁରନ୍ତ ମଶାଣି ରେ କାମ ନହେଲେ ଆଗାମୀ ପୌର ନିର୍ବାଚନ କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ ।

Leave a comment

Your email address will not be published. Required fields are marked *