#Uncategorized

ସଂକ୍ଷେପରେ ଖବର

୧-ପୁଣି ତେଜିଲା ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବି: ଅନଶନ କାରୀ ଙ୍କୁ ପୋଲିସ ଉଠାଇ ନେଲା ।

୨-କଟକର ସୁନା ଋଣ ସଂସ୍ଥାରେ ରହସ୍ୟମୟ ଲୁଟ । ବନ୍ଧୁକ ଦେଖାଇ ୧୦ ମିନିଟରେ ଲୁଟିନେଲେ ୧୦ କୋଟିରୁ ଅଧିକ ଟଙ୍କା, ୨୦ ମିନିଟ ପୂର୍ବରୁ ଖୋଲିଥିଲା ଶାଖା

୩-ପିଓକେରେ ଭାରତ ପକ୍ଷରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ : ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ ।

୪-ବିଧାନସଭା ଶୀତ ଅଧିବେଶନ ପାଇଁ ରଣନୀତି : ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ।

୫-ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ।

୬-ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କଲା କୁଚିଣ୍ଡା ପୋଲିସ୍‌। 

୭-ପୁରୀ ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ପ୍ରଦାନ ଦାବି କଲା ବିଜେପି ।

୮-ସୁଶାନ୍ତ ସିଂଙ୍କୁ ଅପଦସ୍ତ କରି ଜୋରଦାର ଟ୍ରୋଲ ହେଉଛନ୍ତି ରଣବୀର ସିଂହ : ୟୁଟ୍ୟୁବରୁ ଡିସଲାଇକ୍ ବଟନ୍ ହଟାଇଲା ବିଙ୍ଗୋ ମ୍ୟାଡ୍ ୟାଙ୍ଗେଲ୍ସ୍ ।

୯-ମିଛ ତଥ୍ୟ ଦେଇଥିବାରୁ ୟୁଟ୍ୟୁବରଙ୍କ ନାମରେ ୫୦୦ କୋଟିର ମାନହାନି ମାମଲା କଲେ ଅକ୍ଷୟ କୁମାର ।

୧୦-ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ କଂପାନିର ୧୦.୦୯% ଅଂଶଧନ ଜରିଆରେ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ।

୧୧-ସୁପ୍ରିମକୋର୍ଟରେ ଟାଟା-ମିସ୍ତ୍ରୀ ବିବାଦର ଚୂଡ଼ାନ୍ତ ଶୁଣାଣି ଡିସେମ୍ବର ୨ରେ, NCLAT ଆଦେଶ ବିରୋଧରେ କରାଯାଇଛି ଅପିଲ .।

୧୨-ଅହମ୍ମଦାବାଦରେ କାଲିଠୁ ନାଇଟ୍ କର୍ଫ୍ୟୁ – ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ।

୧୩-ଲାଞ୍ଚୁଆ ଦେଶ ତାଲିକାରେ ଏ ବର୍ଷ ଭାରତର ସ୍ଥାନ ୭୭: ‘ଟ୍ରେସ୍‌’ ।

୧୪-କରୋନା ଟିକାକୁ ନେଇ ଆସିଲା ଖୁସି ଖବର, ବୟସ୍କଙ୍କ ଠାରେ ଭଲ କାମ କରୁଛି Oxford-AstraZeneca ।

୧୫-ରଜତ ଶର୍ମା ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ ।

୧୬-ହାତ’ ଆଉ ‘ହାତୀ’ଠୁ ଅଲଗା ହୋଇ ନିର୍ବାଚନ ଲଢ଼ିବେ ଅଖିଳେଶ ।

୧୭-ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ।

୧୮-ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ତିନୋଟି ମେଡିକାଲ କଲେଜ ।

୧୯-ଇସ୍ତଫା ଦେଲେ ନୀତୀଶଙ୍କ ୩ ଦିନିଆମନ୍ତ୍ରୀ। ୩ ଦିନ ପାଇଁ ଶିକ୍ଷା ମନ୍ତ୍ରୀ ହୋଇଥିବା ମେୱାଲାଲ୍ ଚୌଧୁରୀ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବାରୁ ବିରୋଧୀଙ୍କ ଚାପ ଯୋଗୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

୨୦-ଆତଙ୍କବାଦୀ ହାଫିଜ ସୟିଦକୁ ୧୦ ବର୍ଷ କାରାଦଣ୍ଡ ।

୨୧-କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । 

୨୨-ବର୍ତ୍ତମାନ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ 2000 ଟଙ୍କା ଜରିମାନା ଦେବାକୁ ପଡିବ। 

୨୩-ବିଧାନସଭାର ଶୀତ ଅଧିବେଶନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଏମ୍‌ ଆବାସ ଦୁର୍ନୀତି, ସୀମା ବିବାଦ ବିଜେପିର ପ୍ରସଙ୍ଗ ହେବ ।

୨୪-୨୦୨୧ରେ ମହାକାଶ ଯାତ୍ରା କରିବ ମାନବ ବିହୀନ ଗଗନଯାନ । ୨୦୨୨ରେ ମଧ୍ୟ ଇସ୍ରୋ ପଠାଇବ ମାନବ ବିହୀନ ମହାକାଶଯାନ ।

୨୫-ବଢିଲା କଂଗ୍ରେସ କଳି : କପିଲ୍ ଶିବଲଙ୍କ ପରେ ବିହାର ପରାଜୟ ପରେ କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କଲେ ପି ଚିଦାମ୍ବରମ ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *