#Breaking News

ନିଷ୍ଠା ପରିବାର ମହିଳା ଶାଖା,ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ରାସନ ସାମଗ୍ରୀ ବଣ୍ଟନ


ବରଗଡ଼:-୧୮୵୬
କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ଆଜି ନିଷ୍ଠା ପରିବାର ର ମହିଳା ଶାଖା ଓ ଆକାର ଫାଉଣ୍ଡେସନ ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ, ସହଁରାପାଲି, ବରମକେଲା,ନୂଆଁଗଡ, ବିଶ୍ବାଳ ଟିକ୍ରା କୁ ଯାଇ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିରେ ନିଷ୍ଠା ମହିଳା ଶାଖାର ସଂଯୋଜକ ତ୍ରିପୁରା ସୁହୁଲା, ସଦସ୍ଯା ସୁତପା ଗଡତିଆ,ମାନି ଭୋଇ ସଦସ୍ଯ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ନିଷ୍ଠାର ସଭାପତି ରକ୍ଷପାଲ ସାହୁ,ଉପସଭାପତି କ୍ଷୀରୋଦ୍ର ସାହୁ,ଉପଦେଷ୍ଟା ବିଦ୍ୟାଧର ଭୋଇ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ତ୍ରିମଲ ସାହୁ ଓ ଅନ୍ଯ ସଭ୍ୟମାନେ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *