#Breaking News #Uncategorized

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍ ର ଧାରଣା


ବରଗଡ: ଅପ୍ରିଲ ମାସ ରୁ ବିଜୁଳି ଦର 30 ପଇସା ବୃଦ୍ଧି ପ୍ରତିବାଦ ରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲ ରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି ଯଥା ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ପ୍ରତ୍ୟେକ ପରିବାର କୁ ଦେବା, ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକର ସିଏଜି ଅଡ଼ିଟ କରାଇବା ଓ ବର୍ଦ୍ଧିତ ଦର କୁ ପ୍ରତ୍ୟହାର କରିବାକୁ ଦାବି ହୋଇଛି । ବରଗଡ ଆପ୍ ପକ୍ଷରୁ ଇଲେକଟ୍ରିକାଲ ଏସଡିଓ ଅଫିସ ଆଗରେ ଧାରଣା ଦିଆଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସେହିପରି ଗାନ୍ଧୀ ଛକ ରେ ଦର ବୃଦ୍ଧି ଵିରୋଧ ରେ ପ୍ରତିବାଦ କରାଯାଇ ଆପ୍ କର୍ମୀମାନେ ଲିଫଲେଟ ବଣ୍ଟନ କରିଥିଲେ ଓ ଆନ୍ଦୋଳନ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ, ବରଗଡ଼ ଜନସାଧାରଣ ଏହି ଆନ୍ଦୋଳନ କୁ ଉତ୍ସାହର ସହ ସମର୍ଥନ କରିଥିଲେ । ଜିଲ୍ଳା ଆବାହକ ଭାବନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ପୋଲୁସ୍ତ୍ୟ ସାହା, ମରିୟମ ବାର୍ଳା, ଅସିତ ସାହୁ, ଗୁଳାପୀ ସୁନା, ଏମଏ ସଲାଉଦ୍ଦିନ, ଉଜ୍ଜ୍ୱଳ ସେଠ, ସଂଥା ପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ ।

Leave a comment

Your email address will not be published. Required fields are marked *