#Breaking News #Crime #District

ଫିରିଙ୍ଗିଆ ପୋଲିସ ର ଚଢ଼ାଉ, ପଚାଶ କେଜି ରୁ ଊର୍ଧ୍ଵ ଗଂଜେଇଜବତ,କାରସହ ଡ୍ରାଇଭର ଗିରଫ


ଫୁଲବାଣୀ(ସୁନୀଲ ପଟନାୟକ )
ମଙ୍ଗଳବାର ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଡିଂଡିରାଗାଁ ନିକଟ କୁଡୁକିଛକ ରେ ଚଢ଼lଉ କରି ଏକ ପଚାଶ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏକ ହୋଣ୍ଡା WR-V0D-02AL6932ମଧ୍ୟ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିବା ସହ ଡ୍ରାଇଭର .ମହେନ୍ଦ୍ର ଦିଗଲକୁ ଗିରଫ କରିବାରେ ସଫଳହୋଇଥିଲା l
ଅଭିଯୁକ୍ତ ମହେନ୍ଦ୍ର ର ଘର ସଦର ଥାନା ଅନ୍ତର୍ଗତ ଗୁମଗଡ଼ ଅଂଚଳରେ ବୋଲି ପୋଲିସ କହିଛି l
ଫିରିଙ୍ଗିଆ ପୋଲିସ 41/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ଥାନା ଅଧିକାରୀ ତପନ ନାହାକ ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ପଚାଶ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l

Leave a comment

Your email address will not be published. Required fields are marked *