#Uncategorized

ଓଡିଶା ଚାଷୀଙ୍କ ୟୁରିଆ ସାର ଛତିଶଗଡ, ଆନ୍ଧ୍ରପ୍ରଦେଶ, ବେଙ୍ଗଲ କୁ ଚୋରା ଚାଲାଣ ଅଭିଯୋଗ
ବରଗଡ଼(ଉଲାପ୍ର୍)
କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଓଡିଶା ଚାଷୀ କଲା ବଜାରରେ ୫ ଶହ ରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଥିବା ବେଳେ ଓଡିଶା ଚାଷୀଙ୍କ ସାର ବ୍ଯାପକ ମାତ୍ରାରେ ସୀମାନ୍ତବର୍ତ୍ତୀ ଛତିଶଗଡ, ଆନ୍ଧ୍ରପ୍ରଦେଶ ଓ ବେ କୁ ଚୋରା ଚାଲାଣା କରା ଯାଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ଶ୍ରୀ ପୁରୋହିତ ଏକ ବିବୃତ୍ତି ରେ ପ୍ରକାଶ କରିଛନ୍ତି ଯେ ଆଉ ମାତ୍ର ଏକ ସପ୍ତାହ ଭିତରେ ହିଁ ଚାଷୀ ମାନଙ୍କୁ ୟୁରିଆ ସାର ର ଆବଶ୍ୟକତା ଥିବା ବେଳେ ସାରା ରାଜ୍ୟ ବହୁ ଅଧିକ ଦରରେ ଖୋଲା ବଜାରରେ ସାର ବିକ୍ରି ଚାଲିଛି । ୟୁରିଆ ସାରରେ କୋଟି କୋଟି ଟଙ୍କା ବେପାରୀ ମାନେ ମୁନଫା ଉଠାଉଥିବା ବେଳେ ଚାଷୀ ମାନେ ସର୍ବଶାନ୍ତ ହେଉଛନ୍ତି । ଦ୍ବିତୀୟରେ ଏବେ ଚାଷୀ ମାନଙ୍କ ଧାନ କ୍ଷେତରେ ପତ୍ରପୋଡା,ମହିସା,କାଣ୍ତବିନ୍ଧା,ବଙ୍କି,ବଂଗି ଆଦି ରୋଗ ଆକ୍ରାନ୍ତ କରୁଥିବା ବେଳେ କେନ୍ଦ୍ର ସରକାର ୫୦ ଭାଗ ସବ୍ ସିଡିରେ ଯୋଗାଇ ଦେଉଥିବା ଔଷଧ ମଧ୍ୟ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ । ଖୋଲା ବଜାରରେ ଅଧିକ ଦରରେ ଚାଷୀ ଔଷଧ କିଣିବାକୁ ବାଧ୍ୟ । କାଳିଆ ଯୋଜନା ନାଁ ରେ ଓଡିଶାର ଚାଷୀଙ୍କୁ ଅପମାନିତ କରିଥିବା ଓଡିଶା ସରକାର ଅତିକମ୍ ରେ ବର୍ତ୍ତମାନ ଚାଷ କାର୍ଯ୍ୟର ଘଡିସନ୍ଧି ମୁହୁର୍ତ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଚାଷୀଙ୍କ ପାଖରେ ୟୁରିଆ ଓ ଔଷଧ କିଭଳି ପହଞ୍ଚିବ ତାର ବ୍ଯବସ୍ଥା କରନ୍ତୁ ବୋଲି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପ୍ରରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *