#Breaking News

କଟକରେ ଲେଖାଶ୍ରୀ

କଟକ(ଉଲାପ୍ର)ପୁରୀର ପାଞ୍ଚ ବର୍ଷର ଦୁଷ୍କର୍ମ ପିଡିତା ବାଳିକାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସାଧିନ ଖବର ପାଇ ଭାଜପା ଓଡ଼ିଶାର ଏକ ପ୍ରତିନିଧି ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭେଟିବାକୁ ଯାଇଥିଲେ।ମାତ୍ର ପିଡିତାକୁ ପ୍ରତିନିଧି ଦଳ ପହଞ୍ଚିବା ପୂର୍ବରୁ ସନ୍ଦେହଜନକ ଭାବେ ଡିସଚାର୍ଜ କରିଥିବା ଖବର ଶୁଣି ସୁପରିଣ୍ଟେଣ୍ଡ ଙ୍କୁ ଭେଟି ପିଡିତାର ସ୍ୱାସ୍ଥ୍ୟ ବସ୍ଥା ଜାଣିବାକୁ ଚାହିଁ ଥିଲେ,ମାତ୍ର ତାଙ୍କଠାରୁ ଗୋଳମାଳିଆ ଉତ୍ତର ଶୁଣି ଶ୍ରୀମତୀ ସିଂହାର ବିଷୋଦଗାର କରି ଦୋଷୀକୁ ଗିରଫ ଓ ପିଡିତାର ଚିକିତ୍ସା ରେ ଯଦି ଅବହେଳା ହୁଏ ତାହାକୁ ଓଡ଼ିଶା ଭାଜପା ନିଶ୍ଚିତ ଚ୍ୟାଲେଞ୍ଜ କରିବ ବୋଲି କହିଥିଲେ।ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ, କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ରଶ୍ମିରେଖା ଦାସ,କଟକନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର, ବାରବାଟୀ ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର, ଏସସିବି ମେଡ଼ିକାଲ ଇନଚାର୍ଜ ସୁରେଶ ମହାନ୍ତି ଓ ରଞ୍ଜିତା ନାଏକ,ସଂଯୁକ୍ତା ମିଶ୍ର ଏବଂ ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *