#Uncategorized

କୋଭିଡ ପର୍ଯ୍ୟବେକ୍ଷକ ଙ୍କ ବୈଠକ


ବରଗଡ଼:- କରୋନା ଦ୍ବିତୀୟ ସ°କ୍ରମଣର ଭୟାବହତା କୁ ଦେଖି ରାଜ୍ୟ ସରକାର ଙ୍କ ଦ୍ଵାରା ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ସତ୍ୟ ବ୍ରତ ସାହୁ ଆଜି ଜିଲ୍ଲା ଗସ୍ତ କରିଥିଲେ। ଏହି ଅବସରରେ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନୂତନ ଭାବେ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଓ ସଚେତନତା ଉପରେ ସମୀକ୍ଷା ହୋଇଥିଲା। ଶ୍ରୀ ସାହୁ ପଡୋଶୀ ରାଜ୍ୟ ଛତିଶଗଡ଼ ର ସୀମାନ୍ତ ଅଞ୍ଚଳକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କଡ଼ା କଡି‌ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ବରିଷ୍ଠ ନାଗରିକ ଏବଂ ବିବିଧ ରୋଗରେ ପୀଡିତ ଙ୍କୁ ଟୀକାକରଣ ଉପରେ ଗୁରୁତ୍ବ ରୋପଣ କରିଥିଲେ। ସଭାରେ ଜିଲ୍ଲା ଏସପି ପଦ୍ମିନୀ ସାହୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Leave a comment

Your email address will not be published. Required fields are marked *