#Breaking News

ଉଠା ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ


ବରଗଡ଼ ୨୫/୬- କୋଭିଡ କଟକଣାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟ ର ଉଠା ଦୋକାନୀଙ୍କୁ ସାହାର୍ଯ୍ୟ କ୍ରମେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦିନ ରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲେ। ଏହି କ୍ରମରେ ବରପାଲି ବ୍ଲକ ର ୨୩୩ ଜଣ ଉଠା ଦୋକାନୀଙ୍କୁ ତାଙ୍କ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ବଣ୍ଟନ ର ଶୁଭାରମ୍ଭ କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ବରପାଲି ଏନ ଏ ସ ର କାର୍ଯ୍ୟ ନିର୍ବାହ ଅଧିକାରୀ, ବିଜେଡ଼ି ର ବରିଷ୍ଠ ସଭ୍ୟ ମହେନ୍ଦ୍ର କୁମାର ମେହେର,ନାରୀ ନେତ୍ରୀ ଝରଣା ମେହେର, ନରେନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *