#Breaking News

ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୁଷ୍ଠାଶ୍ରମରେ ଗଛ ଲଗାଇଲେ ଶିକ୍ଷୟତ୍ରୀ


ବରଗଡ଼ ୨/୧୦ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ପରିବେଶ ସୁରକ୍ଷା ପାଇଁ ଅତାବିରା ଏନ୍ ଏ ସି ଅନ୍ତର୍ଗତ କୁଷ୍ଠାଶ୍ରମରେ ବୃକ୍ଷରୋପଣ କରିଛନ୍ତି। ସେ ଆଜି ସ୍ଵାଧୀନତା ସଂଗ୍ରାମୀ ତଥା ସମାଜ ସେବୀ ଙ୍କ ସ୍ମୃତି ରେ ବୃକ୍ଷ ରୋପଣ କରି ତାକୁ ବଡ କରିବା ଓ ବଞ୍ଚାଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ। କୁଷ୍ଠାଶ୍ରମରେ ନିମ୍ବ ଗଛର ଗୁରୁତ୍ଵ ତଥା ସେଠାରେ ରହୁଥିବା ଅନ୍ତେବାସୀଙ୍କ ପାଇଁ କିଛି ଫଳ ଗଛ ମଧ୍ୟ ରୋପଣ କରିଥିଲେ।

Leave a comment

Your email address will not be published. Required fields are marked *