#Breaking News #District

ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ ରେ ଚାରି ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଜଙ୍ଗଲ ବିଭାଗ ର ବ୍ୟାପକ ସଚେତନତା ସତ୍ୱେ କେତକ ସ୍ଥାନରେ ଦୁର୍ବୁତ୍ତ ମନେ ଜଙ୍ଗଲ ରେ ନିଆଁ ଲଗାଉଛନ୍ତି lଫଳରେ କୋଟିକୋଟି ଟଙ୍କା ର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜନ୍ତୁ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି l
ସୋମବାରରାତିରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ଖଣ୍ଡ ଅଧୀନ ରାଇକିଆ ରେଞ୍ଜ ଅଧୀନବନ କର୍ମଚାରୀ ମାଣିକେଶ୍ବର ପଂଚାୟତ ର ସିନ୍ଦୁରିଆ ଘଞ୍ଚ ଜଙ୍ଗଲ ରେଚଢ଼ାଉ କରି ନିଆଁ ଲଗାଉଥିବା ବେଳେ ଚାରି ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା l
ସେମାନଙ୍କ ନିକଟରୁ ଡିଆସିଲ, କାତି, କଟୁରୀ ଆଦି ଜବତ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବା ଡା ମାହା ଗ୍ରାମର ଭୀମସେନ ପ୍ରଧାନ, ଦେବାନନ୍ଦ ପ୍ରଧାନ, ସୁରେନ୍ଦ୍ରମଲିକ ,ଓ ଦୀନବନ୍ଧୁ ପ୍ରଧାନ l
ବନ ବିଭାଗ ୫ /୨୩ ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବିଷୟ ରେଞ୍ଜର ମାଣିକେଶ୍ବର ପଟନାୟକ କହିଛନ୍ତି l
ରେଞ୍ଜର ଭାବେ ମାଣିକେଶ୍ବରୀ ଦାଇତ୍ୱ ଗ୍ରହଣ କରିବା ପରଠାରୁ ବନାଞ୍ଚକରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ସେହିପରି ବନ୍ୟପ୍ରାଣୀ ମାନେ ଯେପରି ସୁରକ୍ଷିତ ରହିବେ ସେଥି ପ୍ରତି ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ରେଞ୍ଜର ମାଣିକେଶ୍ବର ପଟନାୟକ l

Leave a comment

Your email address will not be published. Required fields are marked *