#Breaking News

ରାଜ୍ୟ ମହିଳା କମିଶନ ର ଆଇନ୍ ସଚେତନତା କାର୍ଯ୍ୟକ୍ରମ


ବରଗଡ଼/(ସତ୍ୟ ନାରାୟଣ ପ୍ରଧାନ)
ସମାଜରେ ମହିଳା ମାନଙ୍କ ସହିତ ଘଟୁଥିବା ବିଭିନ୍ନ ଅପରାଧିକ ଏବଂ ହି°ସାତ୍ମକ ଘଟଣା ରେ ମହିଳା ମାନେ ସଶକ୍ତ ହୋଇ ଆଇନ୍ ର ସହାୟତା ନେବା ନିତାନ୍ତ ଆବଶ୍ୟକ ବୋଲି ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ରାଜ୍ୟ ମହିଳା କମିଶନ ର ଅଧକ୍ଷା ଡଃ ମିନତୀ ବେହେରା ପ୍ରକାଶ କରିଥିଲେ। ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଆଇନ୍ ସଚେତନତା

କାର୍ଯ୍ୟକ୍ରମରେ ଯୋଗଦେଇ ସେ କ‌ହିଲେ ଯେ ଆଜି ପୁରୁଷ ମହିଳା ସମାନ ଭାବରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ମହିଳା ନିଜକୁ ଅବଳା ବା ଦୁର୍ବଳା ଭାବିବା ଅନୁଚିତ। ସମାଜରେ ସ୍ବାଭିମାନ,ଶ୍ରଦ୍ଧା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ପାଇଁ ତାକୁ ସଂଗ୍ରାମ କରିବାକୁ ହେବ ବୋଲି ସେ କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ ମହିଳା ମାନେ ନିଜ ଆତ୍ମ ବିଶ୍ବାସ କୁ ଜାଗ୍ରତ କରି ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରି ସରକାର ଙ୍କ ଦ୍ଵାରା ପ


ପ୍ରଣୀତ ବିଭିନ୍ନ ଆଇନ୍ ର ସାହାର୍ଯ୍ୟ ନେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତୀ ନଳିନୀ ପଣ୍ଡା, ମହିଳା କମିଶନ ର କ୍ଷେତ୍ର ଅଧିକାରୀ ଶ୍ରୀମତୀ ବିଜୟା ବରୁଆ, ସଦସ୍ୟା ସ୍ନେହଞ୍ଜଳୀ ମହାନ୍ତି, ସଦସ୍ୟା ଜଲିନା ପ୍ରିୟଦର୍ଶିନୀ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ଶେଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ°ଧ୍ୟାରାଣୀ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *