#Headlines

*ନାଗରକିତା ସଂଶୋଧନ ଆଇନ ଉପରେ ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ନେଉନି । ଲଗାତାର ତୃତୀୟ ଦିନ ରବିବାରରେ ମଧ୍ୟ ନଦିଆ, ଉତ୍ତର 24 ପରଗଣା ଏବଂ ହାଓଡା ଜିଲ୍ଲାରେ ହିଂସାର ଘଟଣା ଘଟିଛି । ଉତ୍ତର 24 ପରଗଣା ଏବଂ ନଦିଆ ଜିଲ୍ଲାରେ ଅମଦଙ୍ଗା ଏବଂ କଲ୍ୟାଣୀ ଅଞ୍ଚଳରେ ପ୍ରଦର୍ଶନକାରୀ ବିଭିନ୍ନ ରାସ୍ତା ଅବରୋଧ କରିଥିଲେ ଏବଂ ରାସ୍ତାରେ ନିଆଁ ଲଗାଇଥିଲେ । ଏହାରି ମଧ୍ୟରେ ପ୍ରଶାସନ ସାମିଜିକ ଗଣମାଧ୍ୟମରେ ମିଛ ଏବଂ ଭ୍ରାନ୍ତି ଖବରର ପ୍ରଚାର ରୋକିବା ପାଇଁ ମାଲଦା, ମୁର୍ସିଦାବାଦ, ହାଓଡ଼ା, ଉତ୍ତର 24 ପରଗଣା ଏବଂ ଦକ୍ଷିଣ 24 ପରଗଣାର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ରୁପେ ବନ୍ଦ କରାଯାଇଛି ।* *ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତାଙ୍କ ଅପିଲ ପରେ ମଧ୍ୟ ରାଜ୍ୟରେ ହିଂସାର ଘଟଣା ଜାରି ରହିଛି । ଦେଗଙ୍ଗା ଅଞ୍ଚଳରେ ଦୋକାନ ଭଙ୍ଗାରୁଜା କରିବା କରିବା ସହ ଟାୟର ଜଳାଯାଇଛି । ନଦିଆରେ ପ୍ରଦର୍ଶନକାରୀମାନେ କଲ୍ୟାଣୀ ଏକ୍ସପ୍ରେସ ହାଇୱେକୁ ବନ୍ଦ କରିଥିଲେ ଏହାସହ ସଂଶୋଧିତ ଆଇନର କିଛି ପୃଷ୍ଠାକୁ ନିଆଁ ଲଗାଇଥିଲେ । ଏହିପରି ବିରୋଧ ପ୍ରଦର୍ଶନର ଖବର ହାଓଡା ଜିଲ୍ଲାର ଦୋମଜୁର, ବର୍ଧମାନ ଏବଂ ବୀରଭୂମି ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠାରେ ପ୍ରଦର୍ଶନକାରୀମାନେ ରାଲି ବାହର କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ।*

Leave a comment

Your email address will not be published. Required fields are marked *