#Breaking News

ଲଘୁଚାପ ପ୍ରଭାବ ରେ ପୂଣି ଲଗାଣ ବର୍ଷାସାଙ୍ଗକୁ କୋହୋଲା ପାଗ, ଜନ ଜୀବନ ଅସ୍ତବ୍ୟସ୍ତ


ଫୁଲବାଣୀ (ସୁନୀଲ ପଟନାୟକ )
ବାତ୍ୟା ଜୱlଦ ର ପ୍ରଭାବ ନ ଜାଉ ଣୁ ଗୁରୁବାର ପୂଣି ସକାଳୁ ଲଗାଣ ବର୍ଷା ଲାଗି ରହିବା ଫଳରେ ଫୁଲବାଣୀ ସମେତ ଖଜୁରୀପଡା ,ବାଲିଗୁଡା,ଫିରିଙ୍ଗିଆ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଜନ ଜୀବ ନ ପ୍ରଭାବିତ ହୋଇଛି l
ବାତ୍ୟା ଜୋଂଗୁଁ ଧାନ ସାଙ୍ଗକୁ ପନି ପରିବା ଚାଷଅନେକାଂଶ ରେ ନଷ୍ଟ ହୋଇଥିଲା lତେବେ ବାତ୍ୟା ଜୱା ଦ ରୁ ବଂଚିଯାଇଥିବା ଚାଷ କୁ ଉଦ୍ଧାର କରିବବୋଲି ଚିନ୍ତା କରୁଥିବା ବେଳେଆଜି ପୂଣି ଲଗାଣ ବର୍ଷା ଓ ମେଘ ପାଗ କନ୍ଧ ମାଳ ଚାଷୀ ଙ୍କ ମେରୁଦଣ୍ଡ ଦୋହଲେଇଦେଇଛି l

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଟିବାରି ଗ୍ରାମରେ ଚାଷୀଙ୍କ ପରିବା ଚାଷ ନଷ୍ଟ ହେବା ଯୋଗୁ ପନିପରିବା ଚାଷୀଏବେ ଚିନ୍ତାରେ | ଚାଷ ପାଇଁ ଧାର କରଜ କରିଥିବା ଅର୍ଥ କୁ ଶୁଝିବା ପାଇଁ ଚାଷୀ ଏବେ ଅକ୍ଷମ |
ଚାଷୀକଣ କରିବ କଣ ନାହିଁ ଜାଣିପାରୁନି। ମୁଣ୍ଡରେ ହାତଦେଇ ବସିଛି ।
ଫୁଲ କୋବି, ଟମାଟୋ, ବିନସ ଭଳି ପରିବା ଚାଷ କରି କିଛି ଅର୍ଥ ଉପାର୍ଜନ କରିବା ଆଶାରେ ଚାଷୀ ଥିବା ବେଳେ ଏହି ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ଜମିରେ ପାଣି ଜମିବା ଫଳରେପନି ପରିବା ଚାଷ ନଷ୍ଟ ହୋଇଗଲା l ଫଳରେ ଋଣ ଶୁଝିବ କେମିତି ବୁଝିପାରୁନାହାନ୍ତି l
କେହି କେହି ଚାଷୀ ଫସଲ ନଷ୍ଟ ହେବା ଭୟରେ ପନିପରିବା ସବୁ କମ୍ ଦର ରେ ବେପାରୀ ଙ୍କୁ ଦେବାପାଇଁ ବାଧ୍ୟ ହେଉଥିବା
କହିଛନ୍ତି l
କେବଳ ଫିରିଙ୍ଗିଆ ବ୍ଲକ ଗୋଟିଏ ନୁହେଁ ଜ଼ିଲ୍ଲାର ଖଜୁରୀପଡା, ଫୁଲବାଣୀ, ରାଇକିଆ, ଜି. ଉଦୟଗିରି ଆଦି ବିଭିନ୍ନ ବ୍ଲକ ରେ ମଧ୍ୟ ପନିପରିବା ଚାଷ ଓ ଧାନ ଚାଷ ନଷ୍ଟ ହେବାରେ ଲାଗିଛି l
ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଧାନ ଓ ପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ସାଧାରଣ ରେ ଦାବୀ ହେଉଛି l
ଏ ନେଇ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କୁ ପଚାରିଲେ କେଉଁଠି କେତେକ ପରିମାଣର ଫସଲ ନଷ୍ଟ ହୋଇଛି ତାର ତଦନ୍ତ୍ର କରାଯାଇ ଆବଶ୍ୟକ ଅନୁଯାୟୀ କ୍ଷତିପୁରଣ ଦିଆଯିବ ବୋଲି କହୁଛନ୍ତି । 6ତ6ବ ଚାଷୀମାନଙ୍କୁ ଠିକ ସମୟରେ ଉଚିତ କ୍ଷତିପୁରଣ ମିଳିବ ତ?
ୟାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

Leave a comment

Your email address will not be published. Required fields are marked *