#Breaking News #Uncategorized

ବିଡାନାସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହେକୋଟି ଟୀକାକରଣ ପାଇଁ ସମ୍ବର୍ଦ୍ଧନା


କଟକ(ଉଲାପ୍ର)କଟକନଗର ଭାଜପା ସଂଖ୍ୟା ଲଘୁ ମୋର୍ଚ୍ଚା ତରଫରୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଡାନାସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଟୀକାକରଣ କେନ୍ଦ୍ରଠାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରି ଶହେ କୋଟି ଟୀକାକରଣ ପୂର୍ତ୍ତି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ, ଜିଲ୍ଲା ମିଶନଶକ୍ତି ସହ ସଂଯୋଜିକା ଶ୍ରୀମତୀ ନମିତା ମିଶ୍ର,ମହମ୍ମଦ ମୁସ୍ତାକିମ,ଶ୍ୟାମ ସୁନ୍ଦର ସାହୁ,ସଂଯୋଜ ସାମନ୍ତରାୟ, ରମେଶ ଦାସ,ଶେଖ ଜୁନେଦ ଖାଁ, ଶେଖ ରିଆଜ୍ଜୁଦ୍ଦିନ, ଅବଦୁଲ ମୋକିତ,ମହମ୍ମଦ ଫିରୋଜ,ନଜ଼ମା ବେଗମ,ମହମ୍ମଦ ଜାଭେଦ,ଶେଖ ଆୟୁବ,ମହମ୍ମଦ ଆଲମ,ଉଷା ପାତ୍ର,ନୃସିଂହ ପାତ୍ର,ଦେବାଶିଷ ନାଏକ,ତପନ ଦଳେଇ,ଶେଖ ରାଜୁ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।ବିଶ୍ୱରେ ସର୍ବାଧିକ ଶୃଙ୍ଖଳିତ ପ୍ରକ୍ରିୟାରେ ଶହେ କୋଟି ଟିକା ଦାନ ସମ୍ପୁର୍ଣ୍ଣ ହୋଇଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ନେତାମାନେ ବକାବ୍ୟରେ ଧନ୍ୟବାଦ ଜଣାଇଥିଲେ।ପରିଶେଷରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ରୋଗୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a comment

Your email address will not be published. Required fields are marked *