#Breaking News

ଆବାସ ଯୋଜନା କାହାପାଇଁ? ପ୍ରଦ୍ୟୁମ୍ନଙ୍କୁ ଘର ମିଳୁନି, ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜୁଛୁନ୍ତି ୭ପ୍ରାଣୀ କୁଟୁମ୍ବ


ଫୁଲ ବାଣୀ- (ସୁନୀଲ ପଟନାୟକ)
ସରକାର ଗରୀବ ବାସ ହିନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ,ବିଜୁ ପକ୍କା ଘର, ମୋକୁଡିଆ ଆଦି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହି ସବୁ ଯୋଜନାରେ ମାଗଣ ।ରେ ବାସଗୃହ ଯୋଗାଇ ଦେଉଥିବା କହୁଛନ୍ତି ।
ହେଲେ ଏ ସବୁ ଯୋଜନା ପ୍ରକୃତ ହିତାଧିକାରିଙ୍କ ପାଖରେ ପହଞ୍ଚିପାରୁନଥିବା ଦେଖିବାକୁ ମିଳିଛି । ଏ ଭଳି ଅଭିଯୋଗ ଆସି ଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଆଡ଼ା ସିପଡ଼ା ପଞ୍ଚାୟତର ବିଦୁଖୋଲ ଗ୍ରାମ ରୁ।
ଏହି ଗ୍ରାମ ର ପ୍ରଦ୍ୟୁମ୍ନ କ ହଁ ର ନାମକ ଜଣେ ଗରୀବ ଆଦିବାସୀ ଦୀର୍ଘବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନାଇ ବସିଛନ୍ତି ହେଲେ ଏଯାଏ ତାଙ୍କୁ ଘର ଖଣ୍ଡିଏ ମିଳିବାକୁ ନାହିଁ । ଫଳରେ ଏକ ଝାଟିମାଟି ର କୁଡ଼ିଆରେ ୭ପ୍ରାଣୀ କୁଟୁମ୍ବକୁ ଧରି ଦୁଃଖ କଷ୍ଟରେ ଭାଗ୍ୟକୁ ଆଦରୀ ପଡି ରହିଛନ୍ତି ।
୭୦ବର୍ଷୀୟ ବାପା ନରୋତ୍ତମ କହର ଙ୍କୁମଧ୍ୟ ଘରଖଣ୍ଡିଏ ମିଳିପାରିନି।ପ୍ରଦ୍ୟୁମ୍ନ ଜଣେ ଦିନ ମଜୁରୀଆ ।୪ଝିଅ ଓ ବାପାଙ୍କ ସହ ପ୍ରଦ୍ୟୁମ୍ନ ଓ ସ୍ତ୍ରୀ ମିଶି ୭ ଜଣ ରହୁଛନ୍ତି ଭଙ୍ଗା କୁଡିଆରେ। ବର୍ଷାଦିନରେ ପାଣି ଗଳୁଛି । ପ୍ରଦ୍ୟୁମ୍ନ ଜଣେ ଦିନ ମଜୁରିଆ । ମୁଲ ଲାଗି ଯାହା ଆଣୁଛନ୍ତି ତାହା ୭ ଜଣଙ୍କୁ ଦୁଇଓଳା ଦୁଇମୁଠା ଖାଇବାକୁ ପାଉନି । ଆଉ ଘରକରି ବି କେମିତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦ୍ୟୁମ୍ନ ।
ପ୍ରଦ୍ୟୁମ୍ନ ବହୁବାର ପଞ୍ଚାୟତ ଠୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଜଣା ଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।
ପ୍ରଦ୍ୟୁମ୍ନଙ୍କୁ କେବେ ଘର ଖଣ୍ଡିଏ ମିଳିବ ଆଉ ସେ ପରିବାର ଧରି ଭଲରେ ରହିବେ ତାକୁ ଚାହିଁ ବସିଛନ୍ତି ।
ଏପଟେ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ପ୍ରଦ୍ୟୁମ୍ନ ଘର ପାଇବା ଲାଗି ଯୋଗ୍ୟ ହୋଇଥିଲେ ତାଙ୍କୁ ଏସଇସିସିତାଲିକାରେ ଅନ୍ତର୍ଭୁକ୍ତ କରିଘର ଯୋଗାଇଦିଆଯିବ ବୋଲି କହିଛନ୍ତି । ତେବେ ପ୍ରଦ୍ୟୁମ୍ନଙ୍କୁ ଆବାସ ଯୋଜନାରେ ଘର କେବେ ମିଳିବ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *