#Exclusive

ବିବାହ ବେଦୀକୁ ଯିବା ପୁର୍ବରୁ ବରକୁ ବାନ୍ଧିଲା ପୋଲିସ, ବାହା ହେବା ସ୍ବପ୍ନରେ ରହିଗଲା

ଦେଢ଼ ବର୍ଷ ତଳେ ବାଙ୍କୀ ଥାନା ଅନ୍ତର୍ଗତ କଦଳିବାଡି ଗ୍ରାମ ନିକଟରେ ଜମିଜମା କୁ ନେଇ ଗଣ୍ଡଗୋଳ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇ କୋଟ ଚାଲାଣ ହୋଇଥିଲେ । ବର ପ୍ରକାଶ ସ୍ୱାଇଁ ଘର ଢେଙ୍କାନାଳ ଜିଲ୍ଲାର ତାଳବରକୋଟ ଗ୍ରାମରେ ।ତାଳବରକୋଟ ରୁ ଆଠଗଡ଼ ଥାନା ସମସରପୁର ଗ୍ରାମର ପ୍ରଫୁଲ୍ଲ ସ୍ବାଇଁ ଙ୍କ ଝିଅ ପଙ୍କଜିନୀ ସ୍ବାଇଁଙ୍କୁ ବିବାହ କରିବା ପାଇଁ ଆଠଗଡ ବିରକିଶୋରପୁର ଶିବ ମନ୍ଦିରକୁ ଆସୁଥିବା ସମଯରେ ଅଧା ବାଟରୁସାଧା ପୋଷାକରେ ଯାଇ ଉଠାଇ ଆଣିଲା ବାଙ୍କୀ ପୋଲିସ । ।ଅନ୍ୟ ପଟେ ବରକୁ ଖସାଇବା ପାଇଁ ବର ଘର ପକ୍ଷରୁ ଚାଲିଛି ପ୍ରୟାସ,ଏଭଳି ଏକ ସ୍ଥିତିରେ ମଙ୍ଗୁଳି କନ୍ୟା କଂଣ୍ କରିବ ତାକୁ ନେଇ ଗ୍ରାମରେ ଓ ପରିବାର ମଧ୍ୟରେ ଭାଳେଣି ପଡିଯାଇଛି।

Leave a comment

Your email address will not be published. Required fields are marked *