#Uncategorized

*ବେକାରୀ ସମସ୍ୟା ନେଉଛି ଜୀବନ : ପ୍ରତି ୨ ଘଣ୍ଟାରେ ଆତ୍ମହତ୍ୟା କରୁଛନ୍ତି ତିନି ଜଣ, NCRB ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ।*😢😢 *NCRB ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏପରି କିଛି ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଚାକିରି ନପାଇ ଆତ୍ମହତ୍ୟା କରୁଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ବେକାରୀ ସମସ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ନିଯୁକ୍ତି ନପାଇ ଜୀବନ ଦେବାକୁ ପଛାଉ ନାହାନ୍ତି ବେକାର ଯୁବକ ଯୁବତୀ । ରିପୋର୍ଟ ଅନୁସାରେ, ୨୦୧୮ରେ ବେକାରୀଙ୍କ ଆତ୍ମହତ୍ୟା ମାମଲା ତୁଳନାତ୍ମକ ଭାବେ ୩.୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୧ ଲକ୍ଷ ୩୪ ହଜାର ୫୧୬ ମାମଲା ଦାଏର ହୋଇଥିବା ବେଳେ, ୨୦୧୭ରେ ୧ ଲକ୍ଷ ୨୯ ହଜାର ୮୮୭ ଲୋକ ଆତ୍ମହତ୍ୟା ମାମଲା ଦାଏର ହୋଇଥିଲା ।* *ଚାକିରି ନପାଇ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ଦେଶରେ କୃଷକଙ୍କ ଆତ୍ମହତ୍ୟା ସଂଖ୍ୟା ଠାରୁ ଅଧିକ । ୨୦୧୮ରେ ୧୨ ହଜାର ୯୩୬ ଲୋକ ବକୋରୀ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା କୃଷକଙ୍କ ସଂଖ୍ୟା ହେଲା ୧୦ ହଜାର ୩୪୯ ।*

Leave a comment

Your email address will not be published. Required fields are marked *