#Breaking News

ଲର୍ଣ୍ଣିଙ୍ଗ ଟ୍ରୀ ସ୍କୁଲ ର ଛାତ୍ରଛାତ୍ରୀ ଦର୍ଶନ କଲେ ଆଠଗଡ ଅଟ୍ଟାଳି ଜଗନ୍ନାଥ ଙ୍କୁ, ଦେଲେ ଏକ ନୂଆ ବାର୍ତ୍ତା, ସଭିଙ୍କ ଠାକୁର ଜଗନ୍ନାଥ


ଆଠଗଡ (ଉଲାପ୍ର)ବିଶ୍ୱର ଠାକୁର ଜଗନ୍ନାଥ, ବିଶ୍ୱ ନିୟନ୍ତା ଙ୍କୁ ଦର୍ଶନ କରିବା ପାଇଁ ତିଗିରିଆ ଲର୍ଣ୍ଣିଙ୍ଗ ଟ୍ରୀ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି ଏହି ସ୍କୁଲ ର ଶିକ୍ଷୟିତ୍ରୀ ମାନେ, ସ୍କୁଲ ର ଅଧକ୍ଷା ଶୁଭଶ୍ରୀ ମହାନ୍ତିଙ୍କ ନେତୃତ୍ୱ ରେ ବିଜୟ ଲଷ୍ମୀ ପ୍ରିୟଦର୍ଶିନୀ, ନାସିମାମ ତାହିରା, ବୁଶ୍ରା ନୁସରତ, ମିତାଲି ମଧୁସ୍ମିତା ପ୍ରମୁଖ ଶିକ୍ଷୟିତ୍ରୀ ମାନେ କୋଡିଏ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶନିବାର ଦିନ ଆଠଗଡ ଆସି ରଥାରୂଢ ଅଟ୍ଟାଳି ଜଗନ୍ନାଥ ଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି, ଏହି ଛାତ୍ରଛାତ୍ରୀ ତଥା ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ହିନ୍ଦୁ ମୁସଲମାନ ଏକାଠି ହୋଇ ଅଟ୍ଟାଳି ଜଗନ୍ନାଥ ଙ୍କୁ ରଥ ତଳେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ପାରିଛନ୍ତି, ଏତଦ ବ୍ୟତୀତ ଏହି ସ୍କୁଲ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ଜଗନ୍ନାଥ କେବଳ ହିନ୍ଦୁଙ୍କର ନୁହନ୍ତି ଏହା ସର୍ବ ବିଦିତ, ଯୋଉ ମୁସଲମାନ ମାନେ ଜଗନ୍ନାଥ ମନ୍ଦିରକୁ ଯାଇ ପାରନ୍ତି ନାହିଁ ମହାପ୍ରଭୁ ସେମାନଙ୍କୁ ଦର୍ଶନ ଦେବାକୁ ରଥା ରୂଢ ହୋଇଥାନ୍ତି, ସେହି ରଥ ଉପରେ ଜଗନ୍ନାଥ ଙ୍କୁ ଏହି ସ୍କୁଲ ର ଛାତ୍ରଛାତ୍ରୀ ତଥା ଶିକ୍ଷୟତ୍ରୀ ମାନେ ରଥ ତଳେ ଛିଡା ହୋଇ ଦର୍ଶନ କରି ନିଜକୁ ଗୌରବ ଅନୁଭବ କରିଛନ୍ତି, ଏହା ବ୍ୟତୀତ ଏହି ସ୍କୁଲ ର ଛାତ୍ରଛାତ୍ରୀ ତଥା ଶିକ୍ଷୟିତ୍ରୀ ମାନେ ଡାକ୍ତର ଦିବସ ଅବସରରେ ଆଠଗଡ ମେଡିକାଲ ରେ ପହଞ୍ଚି ଡାକ୍ତର ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରିଛନ୍ତି, ଲର୍ଣ୍ଣିଙ୍ଗ ସ୍କୁଲ ର ଏହି ଅଭିନବ କାର୍ଯ୍ୟକ୍ରମ କୁ ସବୁ ମହଲ ରେ ବେଶ ପ୍ରଂଶସା କରାଯାଇଛି,

Leave a comment

Your email address will not be published. Required fields are marked *