#Breaking News

ଓରନ୍ଦା ଠାରେ ଆଠଗଡ଼ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ


ଖୁଣ୍ଟୁଣୀ(ଉଲାପ୍ର) ଆଠଗଡ଼ ୨ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜିତା ହେସାଙ୍କ ପାଇଁ ଗୁରୁବାର ଓରନ୍ଦା ସମ୍ବେଶ୍ୱର ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ତଥା ଆଠଗଡ଼ କଂଗ୍ରେସ ନେତା ଉମାବଲ୍ଳଭ ରଥ ଅଧ୍ୟକ୍ଷତା କରିଥିଲେ । ଆଠଗଡ଼ରେ ଚାଲିଥିବା ଏକଛାତ୍ରବାଦ, ଅହଙ୍କାରୀ ଓ ଦୁର୍ନୀତିଗ୍ରସ୍ତ ସାଶନକୁ ଆଠଗଡ଼ର ସ୍ୱାଭିମାନି ଭୋଟର ଭାଇ ଭଉଣୀ ଓ ଯୁବ ସମାଜ ହଟାଇ ଜଣେ ଦୁର୍ନୀତିମୁକ୍ତ, ସର୍ଵଜନାଦୃତ ଭଦ୍ର ଶିକ୍ଷିତା ଆଦିବାସୀ ମହିଳା ରଞ୍ଜିତ ହେସାଙ୍କ ବିପୁଳ ସଂଖ୍ୟାରେ ଭୋଟ ଦେଇ

ଜିତାଇବାକୁ ସମସ୍ତ କଂଗ୍ରେସ ନେତା ଓ କର୍ମୀମାନେ ଆହ୍ୱାନ ଦେଇଥିଲେ । ପ୍ରଥମେ ସମ୍ବେଶ୍ୱର ମହାଦେବଙ୍କ ପାଖରେ ପୂଜାର୍ଚନା କରାଯାଇ ଆଠଗଡ଼-ତିଗିରିଆ ନିର୍ବାଚନ ମଣ୍ଡଳୀର ୫ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବାକୁ ହରିବୋଲ ଦିଆଯାଇଥିଲା । ଏଥିରେ କଟକ ଜିଲ୍ଲା ଉପସଭାପତି କିଶୋର ସାମନ୍ତରାୟ, ସୁରେନ୍ଦ୍ର ଜେନା, ନିଶିକାନ୍ତ ସ୍ୱାଇଁ, ବରିଷ୍ଟ କର୍ମୀ ସଚ୍ଚିଦାନନ୍ଦ ପଣ୍ଡା, ବ୍ଲକ ଯୁବକଂଗ୍ରେସ ସଭାପତି ରାହୁଲ ସାହୁ, ନଗର କଂଗ୍ରେସ ର ସୌମ୍ୟ ବର୍ମା, ମହିଳା ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ, ଲଗ୍ନଜିତ ବର୍ମା, ଆଦିବାସୀ ନେତା ହରିଶ୍ଚନ୍ଦ୍ର ହାଇବ୍ରୁ, ବିଶ୍ୱନାଥ ପୁର୍ତ୍ତି, ରୋହିତ ମୁଦୁଲି, ରଜନୀ ଜେନା, ରଂଜିତା ହେସା, ପ୍ରଶାନ୍ତ ବେହେରା, ରୁନୁ ସାହୁ, ମିନିଷ୍ଟର ପ୍ରଧାନ, ଚକ୍ରଧର ବଦରା, ବଂଶୀଧର ବାରିକ ଓ ଅକ୍ଷୟ କୁମାର ଦାସ, ନନ୍ଦିନୀ ଗାଗାରାଇ, ଦୀପକ ବନାରା, ଜିଙ୍କି କାୟାମ, ରାମ ହେମ୍ବ୍ରମ, ସମୀର ସାହୁ, ପଞ୍ଚାନନ ସାହୁ, ରସାନନ୍ଦ ଗଡ଼ସରା, ଚକ୍ରଧର ବଦରା, ଅରୁଣ ପ୍ରଧାନ, ସୁବ୍ରତ ଦାସ, ଲିସାନ ପ୍ରଧାନ, ରମେଶ ବେହେରା, ତୁରୀ ଗାଗାରାଇ, ଅନନ୍ତ ପ୍ରଧାନ, ସୁଦାମ ସାହୁ, ଭଞ୍ଜ ସଏ, ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଧାନ ସାମାତ, ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜିତା ହେସା, ଶ୍ରୀନିବାସ ବାରିକ, ରାମଚନ୍ଦ୍ର ହାଇବ୍ରୁ, ତୁରୀ ଗଇପାଇ, ପ୍ରମୁଖ ଖୁଣ୍ଟୁଣୀ, ରାଧାକିଶୋରପୁର, ଗୁରୁଡ଼ିଝାଟିଆ, କୁମାରପୁର, ଛଅଗାଁ, ଗୋବରା, ଓରନ୍ଦା, କୁସପଙ୍ଗି ଓ ଭୋଗରା ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *