ଅନ୍ ଲାଇନ ମଦ ବେପାର: ସରକାର ରାଜି, ଦୋକାନୀ ଅରାଜି

admin | May 24, 2020 | 58 views |0 | Exclusive

କଟକ: ଅନ୍ ଲାଇନ ମଦ କାରବାର ପାଇଁ ସରକାର ଅନୁମତି ଦେଲେ । ରବିବାର ନାଁ ଦୋକାନ ଖୋଲିଲା ନା ଗରାଖ ମଦ ପାଇଲେ । ସରକାର ସିନା ଅନ୍ ଲାଇନ୍ ମଦ କାରବାର ପାଇଁ ରାଜି, ହେଲେ ଦୋକାନୀ ଅରାଜି । ଅନ୍ ଲାଇନ୍ ସହ ଦୋକାନରେ ବି ମଦ ବିକ୍ରି ଅନୁମତି ପାଇଁ ଅଡ଼ି ବସିଛନ୍ତି ବ୍ୟବସାୟୀ । ଅନ୍ ଲାଇନ ମଦବିକିଲେ ଏମଜିକ୍ୟୁ କୋଟା ପୂରଣ ହେବ ନାହିଁ ଓ ସେଥିପାଇଁ ଜୋରିମାନା ଦେବାକୁ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଅନ୍ ଲାଇନ୍ ଖାଦ୍ୟ ଯୋଗାଣ କରୁଥିବା ସ୍ବିଗୀ ଓ ଜମାଟୋ ପରି ସଂସ୍ଥାକୁ ମଦ ଯୋଗାଣ ନିମନ୍ତେ ଅନୁମତି ମିଳିଛି । ଦୋକାନୀ ମଧ୍ୟ ନିଜ ପିଲାଙ୍କ ଜରିଆରେ ଅନ୍ ଲାଇନ୍ ଡ଼େଲିଭରୀ ଦେବାକୁ ସରକାର କହିଛନ୍ତି । ମାତ୍ର ଏହାକୁ ନେଇ ବ୍ୟବସାୟୀ ଚିନ୍ତାରେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ତ ଚିନ୍ତା ରହିଛି ତା ସାଙ୍ଗକୁ ଏତେ ଡ଼େଲିଭରି ବୟ ରଖିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ଦିନରେ ଗୋଟିଏ ଦୋକାନକୁ ଶହଶହ ଗ୍ରାହକଙ୍କ ମଦ ଚାହିଦା ପୂରଣ କରିବା ଅସମ୍ଭବ ବୋଲି ସଂଘ କହିଛି । ଜଣେ ହୋମ୍‌ ଡେଲିଭରି ବୟ ଅଢ଼େଇ ଲିଟରରୁ ଅଧିକ ମଦ ନେଇ ଯାଇପାରିବ ନାହିଁ । ତେଣୁ ଏକ ସଙ୍ଗେ ସେ ଏକାଧିକ ଅର୍ଡର ନେଇ ଡେଲିଭରି କରିପାରିବ ନାହିଁ । ଫଳରେ ଦୋକାନୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ।ଅନ୍ୟପଟେ ପିଲା ଯଦି ମଦ ନେଇ ଗଲା ବେଳେ ବାଟରେ କେହି ଛଡ଼ାଇ ନିଅନ୍ତି ବା ଗ୍ରାହକ ମଦ ନେଇ ପଇସା ନ ଦେଲେ କିଏ ଦାୟୀ ରହିବ । ତା ସାଙ୍ଗକୁ ପୁଲିସ ଭୟ । ତେଣୁ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦିଅନ୍ତୁ, ସାମାଜିକ ଦୂରତ୍ବ ଅନୁପାଳନ କରିବା ଦାୟିତ୍ବ ସେମାନଙ୍କର ବୋଲି ମଦ ଦୋକାନୀ ସଂଘ କହିଛି ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories