#Uncategorized

ଗୋପୀନାଥପୁର ବାଲି ଘାଟରୁ ଅଲେଖ ବାବାଙ୍କ ଠାକୁର ମୃତ୍ତି ,ଆସବାପତ୍ର ଉଧାର


ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥପୁର ବାଲିଘାଟ ରୁ ଅଲେଖ ବାବା ଙ୍କ ଫୋଟୋ, ଠାକୁର ମୃତ୍ତି ଆସବା ପତ୍ର ଉଧାର।ଘଟଣାରୁ ପ୍ରକାଶ… ସକାଳ ସମୟରେ ସ୍ଥାନୀୟ ଯୁବକ ନଦୀବାଲିଘାଟ କୂଳକୁ ଗାଧେଇବା ପାଇଁ ଆସିଥିଲେ।ବାଲିରେ ଯିବା ସମୟରେ ତାଙ୍କର ଗୋଡ଼ କଠିନ ବସ୍ତୁ ଉପରେ ବାଜିଥିଲା।ତାଙ୍କର ସନ୍ଦେହ ହେବାରୁ ବାଲି ଖୋଲିଥିଲେ ।ବାଲିରୁ ଅଢେଇ ଫୁଟ ର ବୁଦ୍ଧ ମୂର୍ତ୍ତି, ଦୁଇଟି ସୋଲାର ପ୍ଲେଟ, ଲାଇଟ, ଦୁଇଟି ଟିଣ ବକ୍ସ, ଶିଵ ଲିଙ୍ଗ, ପିତଳ ଠାକୁର ବାସନ, ଶିଵ ମୃତ୍ତି,, କଠଉ, କାନ୍ଥ ଘଣ୍ଟା, କୃଷ୍ଣ ମୂର୍ତ୍ତି ଏବଂ ଲୁଗାପଟା ଆଦି ଆସବାପତ୍ର ମିଳିଥିଲା।ଘଟଣା ସ୍ତଳ ରେ ସ୍ଥାନୀୟ ପୋଲିସ ପହଁଚି ସମସ୍ତ ଜିନିଷ ପତ୍ର କୁ ଜବତ କରିଛି।ସ୍ଥାନୀୟ ଜନସାଧାରଣ ସନ୍ଦେହ କେହି ଦୁର୍ବୁର୍ତ୍ତ ଚୋରି କରି ବାଲି ରେ ପୋତିଛନ୍ତି ବୋଲି କହୁଥିବା ବେଳ କୌଣସି ଅଲେଖ ଧର୍ମ ବାବା ଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ଜିନିଷ ପତ୍ର କୁ ବିସର୍ଜନ କରାଯାଇଛି ବୋଲି ଆଲୋଚନା ହେଉଛି।ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଜାରୀରହିଛି। ଏହି ସବୁ ଜିନିଷ ଗୁଡ଼ିକ ର ଉଦ୍ଧାର ପ୍ରକାଶ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବା କୁ ମିଳିଛି।

Leave a comment

Your email address will not be published. Required fields are marked *