#Breaking News

ଦୋକାନ ଖୋଲିବାକୁ ଦାବୀ କରି କନ୍ଧମାଳ ଜିଲା ବାରୀକ ସମିତିର ସ୍ମାରକ ପତ୍ର


ଫୁଲ ବାଣୀ -(ସୁନୀଲ ପଟନାୟକ )
କରୋ ନା ମହାମାରି ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ସେ ଲୁନ ଓ ସ୍ପା ଆଦି ସଂପୂର୍ଣ୍ଣ ବନ୍ଦ ରହିଛି । ଏପଟେ ମାସ ମାସ ଧରି ଲକ ଡ଼ାଉନ, ସଟ ଡ଼ାଉନ ଯୋଗୁଁ ସେମାନଙ୍କ ଦୋକାନ ବନ୍ଦ ଥିବାରୁ ପରିବାର ଲୋକଙ୍କୁଦୁଇ ଓଳା ଦୁଇମୁଠା ଖାଇବାକୁ ଦେବା ସମ୍ଭବ ହେଉନାହିଁ। ତା ସହ ଘର ଭଡ଼ା ଦୋକାନ ଭଡ଼ା, ଦେହ ପା ଖରାପ ରେ ଔଷଧପତ୍ର ଅଲଗା ।ଏଭଳି ଦୁର୍ବିସହ ଜୀବନ ଜିଉଁଛନ୍ତି ଫୁଲ ବାଣୀ ର ସେଲୁନ ବ୍ୟବସାୟୀମାନେ,
ହାତରେ ପଇସାଟିଏ ନାହିଁ ପରିବାର କିପରି ଚଳାଇବେ ସେ ଚିନ୍ତାରେ ଏବେ ଅଛୁନ୍ତି ସେମାନେ। ସେମାନଙ୍କ ଦୋକାନ ଖୋଲିବାଲାଗି ସରକାର କେବେ ଅନୁମତି ଦେବେ ଜଣା ପଡୁନି ।
ଫଳରେ ସୋମବାର ଫୁଲ ବାଣୀର ସେଲୁନକର୍ମଚାରୀମାନେ ସରକାର ସେମାନଙ୍କ ପାଇଁ ପ୍ୟାକେଜ ଦାବୀ କରି ସଭାପତି ଭାଗବତ ବେହେରା ଓ ସଂପାଦକ ଶଙ୍କର ବେହେରାଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନକୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିପିନ ବେହେରା , ବସନ୍ତ ଡ଼ାକୁଆ, ଶଙ୍କର ଡାକୁଆ, ପ୍ରଫୁଲ ଡାକୁଆ, ସୁବାସ ବେହେରା ଙ୍କ ସମେତ ବହୁ ଦୋକାନୀ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *