#Uncategorized

ଆବାସ ଯୋଜନା କାହାପାଇଁ ଭଙ୍ଗା କୁଡିଆରେ ବିଧବା ମା ସହ ନାବାଳିକା, ରାତି ରେ ପର ପିଣ୍ଡାରେ ଶୋଉଛନ୍ତି।

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
ସରକାର ଗରୀବ ଗୁରୁବା ଙ୍କ ପାଇଁ କାହିଁ କେତେ କଣ ଯୋଜନା କରିଛନ୍ତି। ଅର୍ଥ ଅନୁଦାନ ମଧ୍ୟ ଯୋଗାଇଦେଉଛନ୍ତି। ହେଲେ ଏସବୁ ଯୋଜନାର ସୁଫଳ ପାଉନାହଁ।ନ୍ତି ଲୋକେ ।
ସରକାର ଗରୀବବାସହୀନଙ୍କ ପାଇଁ ମୋ କୁଡିଆ । ବିଜୁ ପକା ଘର, ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା ମାନ ପ୍ରଣଯନ କରିଛନ୍ତି । ହେଲେ ଏ ସବୁ ଯୋଜନ । ପ୍ରକୃତ ହୀତା ଧିକାରୀଙ୍କ ପ୍ରତି ସତେ ଯେପରି ଉପହାସ କଲାପରି ମନେହେଉଛି। ଯାହାକି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକର ବଲସ କୁମ୍ପା ଗ୍ରାମର ଅସହାୟ ବିଧବା ମହିଳାଲିଳାବତୀ ଦାସଙ୍କ କ୍ଷେତ୍ରରେ ଦେଖିବା କ୍ର ମିଳିଛି ।
ୟେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ର ବଲ ସକୁମ୍ପା ଗ୍ରାମର ବିଧବା ମହିଳା ଲିଳାବତୀ ଦାସ। ଗତ ୪ ବର୍ଷ ତଳେ ସ୍ଵାମୀ ହେମନ୍ତ ଦାସ ଙ୍କ ମୃତ୍ୟୁପରେ ନାବାଳିକା ଝିଅ କୁ ଧରି ଏକ ଭଙ୍ଗା ଦଦରା ଘର ରହୁଛନ୍ତି ଲିଳାବତୀ । କାନ୍ଥ କହିଲେ କିଛି ନାହିଁ। ଝାଟିମାଟି କାନ୍ଥ ସେ ପୁଣି ଠାଏ ଠାଏ ଆଁ ହୋଇ ରହିଛି। ବେଳେବେଳେ ମାଟି ଚେକା ଖାସୁଛି।
ବର୍ଷା ହେଲେ ପାଣି ବି ଗଳୁଛି। କେତେବେଳେ ଯେ ଭୁଷୁଡି ଯିବ କହି ହେବନି।
ଫଳରେ ମା ଝିଅ ସେଠାରେ କେବଳ ମୁଠାଏ ରୋଷେଇ କରି ଖାଉଛନ୍ତି ଆଉ ରାତିରେ ପର ପିଣ୍ଡ । ରେ ଶୋଇବାକୁ ପଡୁଛି ସେମାନଙ୍କୁ ।
ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା ଲାଗି ପଞ୍ଚାୟତର ୱ।ର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ବିଡିଓ ଯାଏ ନେହୁରା ହେଲେବି କେହି ମଧ୍ୟଶୁଣୁ ନାହାଁନ୍ତି ଲିଳାବତୀଙ୍କ ଗୁହାରୀ ।

ସ୍ଵାମୀଙ୍କ ମୃତ୍ୟୁପରେ ତାଙ୍କୁ କେବଳ ସରକାରଙ୍କ ପକ୍ଷରୁ ବିଧବା ଭତ୍ତା ୫ ଶହ ଟଙ୍କା ଆଉ ଚାଉଳ ମିଳୁଛି।
ସେ ତ କ ରେ ଯାହା ଯେମିତି ଦୁଃଖ କଷ୍ଟରେ ଚଳୁଛନ୍ତି ମା ଓ ଝିଅ।, ବେଳେବେଳେ ବାଧ୍ଯ ହୋଇ ମୁଲ ଲ। ଗୁଛନ୍ତି ଲିଳାବତୀ ।
ହେଲେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ଏଯାଏ ଘରଖଣ୍ଡିଏ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗ୍ରାମବାସୀ ମଧ୍ୟ ଲିଳାବତୀଙ୍କୁ ଘର ଖଣ୍ଡିଏ ଦେବାଲାଗି ପ୍ରଶାସନକୁ ଜଣାଇଛନ୍ତି ।
ହେଲେ ପଚାରିଲେ ଏବର୍ଷ ମିଳିବ, ଆର ବର୍ଷ ମିଳିବ ବୋଲି କହୁଛନ୍ତି ସରକାରୀ ବାବୁ ମାନେ । ହେଲେ ଇତି ମଧ୍ୟରେ ବର୍ଷବର୍ଷ ବିତିଗଲାଣି ସିନା ଘର ଖ ଣ୍ଡିଏ ମିଳିବାକୁ ନାହିଁ ଅସହାୟ ଲିଳାବତୀକୁ।
ଏନେଇ ଖଜୁରୀପଡ଼ା ବ୍ଳକ୍ ଅଧ୍ୟକ୍ଷ ବିରେନ୍ଦ୍ର
କହଁରଙ୍କୁ ପଚାରିବାରେ ସେ ଏବର୍ଷ ଯଦି ଲିଳାବତୀ ଆବେଦନ କରିଥିବେ ତେବେ ଏ ବର୍ଷ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ମାଗଣା ଘର ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ହେଲେ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ବିଧବା ଲିଳାବତୀଙ୍କୁ କେବେ ଘର ଖଣ୍ଡିଏ ମିଳିବ ତାକୁହିଁ ଅପେକ୍ଷା ।

Leave a comment

Your email address will not be published. Required fields are marked *