#Uncategorized

କଟକ ସହରର ଐତିହାସିକ ସାହି ଖାନ ନଗରରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ”ରୁଟି ବ୍ୟାଙ୍କ”


ଅସହାୟ ବୁଲା ଷଣ୍ଢ, ଗାଈ ଓ କୁକୁର ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ”ରୁଟି ବ୍ୟାଙ୍କ”ରେ ସାମିଲ ହେଲେ ଖାନ ନଗର ସାହିର ଯୁବପିଢ଼ି ।ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ,କଟକର ସଭାପତି ତଥା ଏଇତ ଜୀବନ ସଂଗଠନର ଯୁବ ସଭାପତି କ୍ଷିତିଶ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ରୁଟି ବ୍ୟାଙ୍କ।ଏହି କାର୍ଯ୍ୟକ୍ରମରେ ଖାନ ନଗର ଓ ଖପୁରିଆ ଶିଳ୍ପାଞ୍ଚଳ ଦୁର୍ଗାପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ

ପ୍ରଫୁଲ୍ଲ ସାହୁ ସଭାପତି ଭାବେ ଓ ୪୫ ନମ୍ବର ୱାର୍ଡର ବିଜେପି ସଭାପତି ଶ୍ରୀଯୁକ୍ତ ଗୋପାଳ ବେହେରା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ,୫୨ ବଜାର ୫୩ ଗଳି ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଦୀପ ଭାଇ, ଏଇତ ଜୀବନ ସାମାଜିକ ସଂଗଠନର ଯୁବ ସମ୍ପାଦକ ଶାଶ୍ୱତ ନାୟକ,ସାମାଜିକ କର୍ମୀ ପ୍ରହଲ୍ଲାଦ ମହାରଣା,ଆକାଶ ସାହୁ,ରାଜା ଭାଇ, ରତିରଞ୍ଜନ ଭାଇ, ସିପୁନ ଭାଇ ଓ ବହୁ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ପରିଚାଳନା ଏଇତ ଜୀବନ ସାମାଜିକ ସଂଗଠନର ପ୍ରତିଷ୍ଠାତା ଶିବୁ ପଟ୍ଟନାୟକ କରିଥିଲେ।ଆଗାମୀ ଦିନରେ ଏହି ରୁଟି ବ୍ୟାଙ୍କକାର୍ଯ୍ୟକ୍ରମକୁ କଟକ ତଥା ଓଡ଼ିଶାର କୋଣ ଅନୁକୋଣରେ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ପଶୁ ମାନଙ୍କ ପାଇଁ ”ରୁଟି ବ୍ୟାଙ୍କ”ର ଆୟୋଜକ।

Leave a comment

Your email address will not be published. Required fields are marked *