#Breaking News

ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୩୩ କରନା ରୋଗୀ ଚିହ୍ନଟ ହେବାପରେ ଏହାକୁ ସିଲ କଲା ଜିଲ୍ଲା ପ୍ରଶାସନ


ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତି ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧/୧୨/୨୦୨୧ ରୁ ୧୦/୧୨/୨୦୨୧ ପର୍ଯ୍ୟନ୍ତ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ପୌର

ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ସ୍ବତନ୍ତ୍ର କୋଭିଡ୍ ଟିମ୍ ସେଠାରେ ପହଂଚି କଲେଜ ଓ ଏହାର ଦୁଇଟି ୨ଟି ହଷ୍ଟେଲକୁ ସିଲ କରିଦେଇଛନ୍ତି । ସୂଚନା ଅନୁଯାୟୀ ସର୍ବମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥୁମଧ୍ୟରୁ ୩୩ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ସଂକ୍ରମିତଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ନଥିବା ସୂଚନା ରହିଛି ।

Leave a comment

Your email address will not be published. Required fields are marked *