#Uncategorized

ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକ ଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ


ଖଣ୍ଡପଡା(ଉଲାପ୍ର)ଖଣ୍ଡପଡାର ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକ ଙ୍କ ୨୪ ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି।ସ୍ବର୍ଗତ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ ତରଫରୁ ତାଙ୍କ ଶ୍ରାଦ୍ଧ ଦିବସକୁ ଜାଗ୍ରତ ଖଣ୍ଡପଡା ଦିବସ ଭାବେ ପାଳନ କରାଯାଉଛି,ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଅରୁଣ ପଟ୍ଟନାୟକ ଖଣ୍ଡପଡା ଅଞ୍ଚଳର ଉନତି ରେ ଏକ ମୁଖ୍ୟ ବିନ୍ଧାଣି ଭାବେ କାମ କରୁଥିଲେ ବୋଲି ରୋଟାରିଆନ ପ୍ରମୋଦ ପଟ୍ଟନାୟକ ପ୍ରକାଶ କରିଥିଲେ,ଏଥିରେ ଶିକ୍ଷା ବିତ ଡ଼ଃ ଗଣେଶ୍ବର ସ୍ବାଇଁ ମୁଖ୍ୟ ବକ୍ତା ରୁପେ ଯୋଗଦେଇଥିଲେ।ଖଣ୍ଡପଡା ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦର ସଭାପତି ବସନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *