#Uncategorized

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜେଡି ପାର୍ଟି ଅଫିସ ରେ ଭତ୍ତା ବାଣ୍ଟିବା ନେଇ ତାତିଲା ବିଜେପି


ଆଠଗଡ଼(ଉଲାପ୍ର)ସରକାରୀ କାର୍ଯ୍ୟକ୍ରମ କୁ ବିଜେଡି ପାର୍ଟି କାର୍ଯ୍ୟଳୟରେ କରିବା ତାହା ପୁଣି ଯୋଗାଣ ମନ୍ତ୍ରୀଙ୍କ ନିଜ ଘରେ ବାର୍ଦ୍ଧକ୍ୟ ଭତ୍ତା ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଓ ବଡ଼ ବାବୁ ନିରଞ୍ଜନ ଦାସ ବାଣ୍ଟିବା ଘଟଣାରେ ତାତିଛି ଆଠଗଡ ବିଜେପି,ବୁଧବାର ଦିନ ବିଜେପି ପାର୍ଟି ଅଫିସ ରୁ ନଗର ବିଜେପି ସଭାପତି ନଚିକେତା ପରମାନିକ ଓ ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠି,ବିଚିତ୍ରନନ୍ଦ ଜେନା,ରମାକାନ୍ତ ସେନାପତିଙ୍କ ନେତଦୁ ରେ ବିଜେପି କର୍ମୀମାନେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଆସୁଥିବା ବେଳେ କର୍ମୀଙ୍କୁ ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ଛାନିଆ ହୋଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପଟେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ମାନେ ଏହି ମହିଳା ଅଧିକାରୀ ଙ୍କୁ ନେଇ ଅଫିସ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରିଥିଲେ, ଏହାପରେ ବିଜେପି କର୍ମୀମାନେ ଆଠଗଡ ଉପଜିଲାପାଳ ଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେପି କର୍ମୀମାନେ,ଯଦି ସାତଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ତେବେ ଆଠଗଡ ଉପଜିଲାପାଳ ଙ୍କ ଅଫିସ ଆଗରେ ବିଜେପି କର୍ମୀମାନେ ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *