#Breaking News

କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ପୂଜୋନତ୍ସବ

ବରଗଡ଼:- ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ମନ୍ଦିର ରେ ଆଜି କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ପାଣ୍ଡୁଲିପି ର ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସ°ସ୍କୃତି ପରମ୍ପରା ର ଝଲକ ରହିବ। ଆସନ୍ତା କାଲି ଠାରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଏହା ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ସୁଟିଂ କରାଯିବ। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମ୍ୱିତ ଆଚାର୍ଯ୍ୟ, ଅଭିନେତ୍ରୀ ସୁସ୍ମିତା ପ୍ରଧାନ, କଳାକାର ପ୍ରଦୀପ ଦେବତା,ମହା ପ୍ରସାଦ କର, ହାସ୍ୟ କଳାକାର ବିନ୍ଦୁ,ଗଡ୍ଡୁ, ପ୍ରଯୋଜକ କେ ତମନ୍ନା ଓ ରମେଶ ବିରିକ, ନିର୍ଦ୍ଦେଶକ ବାପି ଡେଭିଡ, କାହାଣୀ ଓ ସଂଳାପ ଲେଖକ ଯତୀନ୍ଦ୍ର ପ୍ରଧାନ, କ୍ୟାମେରା ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Leave a comment

Your email address will not be published. Required fields are marked *