#Breaking News

କଟକ ନଗର ବିଜେପି ପକ୍ଷରୁ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ସମ୍ବର୍ଦ୍ଧନା

କଟକ(ଉଲାପ୍ର) କଟକନଗର ଭାଜପା ତରଫରୁ ସଦ୍ୟ ପଦ୍ମଶ୍ରୀ ସମ୍ମାନ ପାଇଥିବା ଓଡ଼ିଶାର ସୁର ସାମ୍ରାଜ୍ଞି ଶ୍ୟାମାମଣି ଦେବୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ପ୍ରମୁଖ କାର୍ଯ୍ୟକର୍ତା ମାନେ ତାଙ୍କ ମେରିଆ ବଜ଼ାର ବାସଭବନକୁ ଯାଇଥିଲେ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାରଙ୍କ ଏହି ସମ୍ମାନ କଟକନଗର ବାସୀ ଙ୍କ ପାଇଁ ଅଭୂତପୂର୍ବ ତଥା ଅତ୍ୟନ୍ତ ଯୋଗ୍ୟଚିତ ଭାବେ ସଙ୍ଗୀତ ଗୁରୁମା ଶ୍ୟାମାମଣି ଦେବୀଙ୍କୁ ଏହି ସମ୍ମାନ ମିଳିଥିବାରୁ ଆମ୍ଭେମାନେ ବହୁତ ଆନନ୍ଦିତ ଅଛୁ ଏବଂ ଓଡ଼ିଶାର ଘରେ ଘରେ ଛଅ ଦଶନ୍ଧି ଧରି ଲୋକପ୍ରିୟ ହୋଇଥିବା ଏହି ଦୈବିଗୁଣ ସଂପନ୍ନା ଶାସ୍ତ୍ରୀୟ ଗାୟିକାଙ୍କୁ ସମ୍ମାନ ଦ୍ୱାରା ନୂତନ ପିଢ଼ି ନିଶ୍ଚିତ ପ୍ରେରଣା ଲାଭ କରିବେ ବୋଲି ଶ୍ରୀ ବଡୁ କହିଛନ୍ତି।ଶ୍ରୀ ବିନୋଦ ଦାଶ,ସବ୍ୟସାଚୀ ମହାପାତ୍ର, ବିକାଶ ବେହେରା,ବିଶ୍ୱରଞ୍ଜନ ମିଶ୍ର,ଦେବାଶିଷ ରାୟ, ଅମ୍ବିକା ସାମଲ,ସୁଧୀର ଶତପଥୀ,ରଞ୍ଜିତା ନାଏକ,ମହମ୍ମଦ ସବିର, ପୁଷ୍ପିତା ମହାପାତ୍ର, ବିଜୟ ମହାପାତ୍ର,ପ୍ରବୋଧ ବଡ଼ପଣ୍ଡା,ନମିତା ମିଶ୍ର,ଜୟକୃଷ୍ଣ ସ୍ୱାଇଁ,ଶିଳ୍ପା ଗିରି ଗୋସ୍ୱାମୀ,ରତନ ମହାନ୍ତି, ଶିବପ୍ରସାଦ ସେଠୀ, ଶୁଭାଶିଷ କର, ବର୍ଷା ଗିରି ଗୋସ୍ୱାମୀ,ଜୀବନଜ୍ୟୋତି ଦାସ, ସତ୍ୟେନ ରାଉତରାୟ,ଉଷା ପାତ୍ର,ଅସିତ ପେଦିନି ପ୍ରମୁଖ ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *