#Breaking News

ବରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ଆସନ୍ତା ସପ୍ତାହରୁ ଜିଲ୍ଲା ର ୧୨ ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ। ଏଥିରେ ଲୋକଙ୍କର ମାଗଣା ରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବଣ୍ଟନ, ଚଷମା ତଥା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ଜନ ସ୍ବାସ୍ଥ୍ୟ) ଡାକ୍ତର ଚୂଳାବତୀ ସାହୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀମତୀ ସାହୁ ୧୨ ଟି ବ୍ଲକ ର ବିଭିନ୍ନ ସ୍ଥାନର ସୂଚନା ପ୍ରଦାନ କରି ୧୮ରେ ସୋହେଲା ବ୍ଲକ ର କେନ୍ଦୁ ମୁଣିୟୁଜି ସ୍କୁଲ, ପଦ୍ମପୁର ବ୍ଲକ ର ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅତାବିରା ବ୍ଲକ ର ଲରମ୍ଭା ମହାବିଦ୍ୟାଳୟ, ଭେଡେନ ବ୍ଲକ ର ଜାଣ୍ଡୋଲ ୟୁଜି ସ୍କୁଲ ରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ। ସେହିପରି ୧୯ ତାରିଖ ଦିନ ଭଟଲି ବ୍ଲକ ର କମଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ବ୍ଲକ ର ସରସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉକ୍ତ ମେଳା ଆୟୋଜନ ହେବ।୨୦ ତାରିଖ ଦିନ ଆମ୍ଭାଭୋନା ବ୍ଲକ ର ସ୍ବାମୀ ବିବେକାନନ୍ଦ କଲେଜ ଡୁଙ୍ଗୁରି, ବରପାଲି ବ୍ଲକ ର ଜଗବନ୍ଧୁ ଦାସ ମହିଳା କଲେଜ,କଦଲିପାଲି, ବିଜେପୁର ବ୍ଲକ ର ଜାରି° ୟୁଜି ସ୍କୁଲ, ଗାଇସିଲେଟ ବ୍ଲକର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,୨୧ ତାରିଖ ଦିନ ପାଇକମାଳ ବ୍ଲକ ର ଲଖମରା କଲେଜ,୨୨ତାରିଖ ରେ ଝାରବନ୍ଧ ବ୍ଲକ ର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉକ୍ତ ମେଳା ଅନୁଷ୍ଠିତ ହେବ ବୋଲି କହିଥିଲେ। ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଉକ୍ତ ମେଳା ଆୟୋଜନ ହେବ। ଏଥିରେ ଚକ୍ଷୁ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି,ଭେଷେଜ ବିଶେଷଜ୍ଞ ମାନଙ୍କ ସହ ମଧୁମେହ, ଉଚ୍ଚ ରକ୍ତଚାପ, ଚକ୍ଷୁ ରୋଗୀଙ୍କୁ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରିଯିବ।

Leave a comment

Your email address will not be published. Required fields are marked *