#Breaking News #District

ବିବାହ ବାର୍ଷିକୀ ରେ ରକ୍ତଦାନ
ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ


ଫୁଲବାଣୀ (ସୁନୀଲ ପଟନାୟକ )
ରକ୍ତଦାନ ମହାପୂଣ୍ୟ, ଏହାକୁ ସାକାର କରିବା ପାଇଁ ନିଜର ଚତୁର୍ଥ ବିବାହ ବାର୍ଷିକୀ ରେ ରୋଟାରି କ୍ଲବ ପକ୍ଷରୁ ନାରାୟଣୀ ମନ୍ଦିର ରୋଡ ରେ ଆୟୋଜିତ ସ୍ବେଛାକୃତ ରକ୍ତ ଦାନ ଶିବିର ରେ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତ ଦାନ କରି ବିବାହ ବାର୍ଷିକୀ କୁ ଅଧିକ ସ୍ମରଣୀୟ କରିଛନ୍ତି ଟିକାବାଲି ଅଂଚଳ ର ଯୁବ ସମାଜସେବୀ ଏନ. ନୀଳମାଧଵ ପାତ୍ର ଓ ଏନ. ଦିପ୍ତିମୟୀ ପାତ୍ର l
ଫଳରେ ରୋଟା ରୀ କ୍ଲବ ପକ୍ଷରୁ ଏହି ଦମ୍ପତି ଙ୍କୁ ଉତ୍ସାହିତ କରିବା ପାଇଁ ପୁଷ୍ପ ଗୁଛ, ପ୍ରମାଣପତ୍ର, ଓ ଚକଲେଟ ପ୍ୟାକେଟ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା l
ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ରାଜଦୀପ ଘୋଷ, ରୋଟl ରୀ ସଭାପତି ହରିଶ୍ଚନ୍ଦ୍ର ମହାରଣା, ରୋଟାରୀଆନ ତଥା ବରିଷ୍ଠ ସାମ୍ବାଦିକ, ସୁନୀଲ ପଟନାୟକ, ବରିଷ୍ଠ ରୋଟାରୀଆନ ରବିନାରାୟଣ ସୁବୁଧି, ଶରତ ସୁବୁଧି, ଶିବରାମ ନାୟକ, ପଦ୍ମ ଚରଣ ସ୍ୱାଇଁ, ପବନ ଅଗ୍ରୱାଲ, ପ୍ରକାଶ ପଣ୍ଡା ,କୁନ୍ଦନ ସିଂ ପ୍ରମୁଖ ଉପସ୍ଥିତ ଥିଲେ l
ସମ୍ବର୍ଦ୍ଧିତ ହେବାପରେ ରୋ ଟା ରୀ କ୍ଲବ ସଦସ୍ୟଓ ସଦସ୍ୟା ମାନଙ୍କୁ କୃତ ଜ୍ଞତା ଜ୍ଞl ପନ କରିବା ସହ ଏହା ସେମାନ ଙ୍କୁ ଆଗକୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *