#Breaking News #Uncategorized

ଫିରିଙ୍ଗିଆ ଭୃଙ୍ଗୀଯୋଡି ଗାଁ ନିକଟରେ ବୃଦ୍ଧ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ.. ଜଣେ ଅଟକ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ଗାଁ ନିକଟରେ ଥିବା ଘାଇ ପଛପଟ ଏକ ନାଳ ରୁ ଜଣେ 65 ବର୍ଷୀୟ ବୃଦ୍ଧ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରିଛି ଫରିଙ୍ଗିଆ ପୋଲିସ। ମୃତକ ଜଣକ ଭୃଙ୍ଗିଯୋଡି ଗାଁ ର ଦାନାଇଁ କହଁର ବୋଲି ଜଣା ପଡ଼ିଥିବା ବେଳେ ପାରିପାର୍ଶ୍ଵିକ ପରିସ୍ଥିତି ରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଜଣା ପଡିଛି.। ଏହାକୁ ନେଇ ଫିରିଙ୍ଗିଆ ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ଖବର ପାଇ ଫିରିଙ୍ଗିଆ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମରମ ଙ୍କ ନେତୃତ୍ୱ ରେ ଏକ ଟିମ ପହଁଛି ଶବ ଜବତ କରିବା ସହ ମୃତ ବୃଦ୍ଧ ଙ୍କ ପରିବାର ଲୋକଙ୍କ ଉପସ୍ଥିତି ରେ ଶବ ର ପାଞ୍ଚନାମା କରି ପ୍ରାଥମିକ ତଦନ୍ତ ପରେ ଏକ ଅପମୃତୁ ମାମଲା ରୁଜୁ କରି ଶବ କୁ ବ୍ୟବାଛେଦ ପାଇଁ ଫୁଲବାଣୀ ସଦର ମହକୁମା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି। ଅନ୍ୟପାଟେ ମୃତ ବୃଦ୍ଧ ଙ୍କ ପରିବାର ଲୋକ ମଧ୍ୟ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଥିବା ବେଳେ ପରିବାର ଲୋକଙ୍କ ବୟାନ ଅନୁସାରେ ଗତକାଲି ଅର୍ଥାତ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ଦନାଇଁ ଭୃଙ୍ଗିଯୋଡି ଗାଁ ର ଲଦେ କହଁର ନାମକ ଜଣେ ବ୍ୟକ୍ତି ଙ୍କ ସାଙ୍ଗରେ ଗାଁ ପାଖରେ ଥିବା ଘାଇ କୁ ବୁଲିବାକୁ ଯାଇଥିଲେ. କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦନାଇଁ ଘରକୁ ଫେରି ନଥିବା ବେଳେ ଲଦେ କ ହଁର ଘରକୁ ଫେରି ଆସିଥିଲା. ଏହାପରେ ପରିବାର ଲୋକ ରାତି ସାରା ଖୋଜା ଖୋଜି କଲା ପରେ ଗାଁ ପାଖରେ ଥିବା ଘାଇ ନିକଟରେ ଦନାଇଂ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ. ଆଉ ପୋଲିସକୁ ଖବର ଦେଇଥିଲେ।
ସୂଚନାଯୋଗ୍ୟଯେ ଗତ ଦୁଇ ମାସ ମଧ୍ୟରେ ଭୃଙ୍ଗିଯୋଡି ଅଂଚଳରେ ଦୁଇ ଦୁଇ ଟି ହତ୍ୟା କାଣ୍ଡ ସହ ଗୋଟିଏ ଗଣ ବଳାତ୍କାର ହୋଇ ସାରିଥିବା ବେଳେ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରା ପଡି ଜେଲ ମଧ୍ୟ ଯାଇ ସାରିଛନ୍ତି. ।
ଅନ୍ୟପଟେ ଏହି ଘଟଣାରେ ଲଦେ କହଁର ନାମକ ଜଣେ ବ୍ୟକ୍ତଙ୍କୁ ପୋଲିସସନ୍ଦେହରେ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ବେଳେ ମୃତ ବୃଦ୍ଧ ଙ୍କ ଶବ ବ୍ୟବାଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତ କରୁଥିବା ପୋଲିସ ଅଫିସର ସିଦ୍ଧାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *