#Uncategorized

ଗଛରେ ବାଇକ ପିଟି ହୋଇ ଦୁଇ ମୃତ : ଜଣେ ଗୁରୁତର

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକ ରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦୁଇ ହେଲେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଦାନୁଙ୍ଗିଆ ଗାଁ ର ରିବିୟାନ ମାଝୀ ଏବଂ ଆହାତ ହେଲେ ଅନନ୍ତ ମାଝୀ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ ନାହିଁ l ଶନିବାର ଦିନ ଦଶଟା ବେଳେ ଗାଁରୁ ତିନିଜଣ ଗୋଟିଏ ବାଇକରେ ବାଲିଗୁଡାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Leave a comment

Your email address will not be published. Required fields are marked *