#Uncategorized

ବିନା ନୋଟିସରେ ବିଦୂତ କାଟକୁ ନେଇ ଆମ ଆଦମୀ ପାଟିର ବିରୋଧ

ବିନା ନୋଟିସ ରେ ବିଦ୍ୟୁତ କାଟ୍ କୁ ଆମ୍ ଆଦମୀ ପାର୍ଟି ର ଵିରୋଧ ବରଗଡ଼: ମାର୍ଚ୍ଚ ମାସ ର ଆଳ ଦେଖାଇ ୱେସ୍କୋ ଏବେ ଉପଭୋକ୍ତାଙ୍କ ଠାରୁ ଟଙ୍କା ଅସୁଲି କରିବା ସହ ପୈଠ ନକଲେ ବିଦ୍ୟୁତ ସଂଯୋଗ କାଟ୍ କକରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ୧୫ ଦିନର ନୋଟିସ ନଦେଇ ଜୋରଜବରଦସ୍ତ ବିଦ୍ୟୁତ କାଟ୍ କୁ ଜନ ସାଧାରଣ ସହ୍ୟ କରି ପାରୁନଥିବା ବେଳେ ବିଲ୍ ଗୁଡିକୁ ରିଭାଇଜ ନକରି ଅତ୍ୟଧିକ ଟଙ୍କା ଦେବାକୁ ବାଧ୍ୟ କରୁଥିବା ଜିଲ୍ଲା ଆବାହକ ଭାବନୀ ସାହୁ ଅଭିଯୋଗ କରିଛନ୍ତି । ଏହି ବେଆଇନ ଅସୁଲି କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି ଦେଇଛି । କରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ପଡିଥିବା ବେଲେ ଏପରି ଅସୁଲି ଠିକ ନୁହେଁ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି। ଦିଲ୍ଲୀ ରେ ଯେପରି ଦୁଇ ଶହ ୟୁନିଟ ବିଜୁଳି ମାଗଣା ଦିଆଯାଉଛି ସେହିପରି ଓଡ଼ିଶାର ପ୍ରତ୍ୟେକ ପରିବାର କୁ ଦିଆଯାଉ ବୋଲି ଆପ୍ ଦାବି କରିଛି । ଏଥିରେ ଅସିତ ସାହୁ, ମରିୟମ ବାର୍ଳା, ମମତା ବେହେରା, ପୋଲୁସ୍ତ୍ୟ ସାହା, ସତ୍ୟ ପ୍ରକାଶ ମହାପାତ୍ର, ଜିତେନ୍ଦ୍ର ଶାଢଙ୍ଗୀ, ସୁଭମ ଅଗ୍ରୱାଲ, ସ୍ଵାମୀ ଧ୍ୟାନ ଦୀପକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *