#Uncategorized

ଆମ ସଂସ୍କୃତି କଥା – 24 ଶରତ ପୂଣ୍ଣିମାର ସ୍ବାସ୍ଥ୍ଯ କଥା ଉପରେ*

କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ ଏହି ଗୀତ ନିଶ୍ଚୟ ମନେଥିବ ହେଲେ ଆଜିକାଲି ଆମେ ସମସ୍ତେ ବହୁତ ବ୍ୟସ୍ତ ଆଉ ସେଇ ବ୍ୟସ୍ତତା ଭିତରେ ଆମେ ଆମ ସଂସ୍କୃତି କଥା ମାଧ୍ୟମରେ ଆପଣମାନଙ୍କ ସାମ୍ନାରେ ସେଇ ଶରତ ପୂର୍ଣ୍ଣିମା ତଥା କୁମାର ପୂଣ୍ଣିମାର ସ୍ୱାସ୍ଥ୍ୟ ଭିତ୍ତିକ ମହତ୍ୱ ବିଷୟରେ ଆଲୋକପାତ କରିବାକୁ ଯାଉଛୁ ।

୧:- ଶରତ ପୂର୍ଣ୍ଣିମାରେ ଚନ୍ଦ୍ର କାହିଁକି ବଡ଼ ଦେଖାଯାନ୍ତି?👇
👉 ସୂର୍ଯ୍ୟକୁ ଯେଭଳି ପୃଥିବୀ ପରିକ୍ରମା କରେ ସେଭଳି ଚନ୍ଦ୍ର ମଧ୍ୟ ପୃଥିବୀକୁ ପରିକ୍ରମା କରେ । ପ୍ରତି ବର୍ଷ ଶରତ ପୂର୍ଣ୍ଣିମା ଦିନ ପୃଥିବୀ ଓ ଚନ୍ଦ୍ର ଅତି ନିକଟତର ହୁଅନ୍ତି ତେଣୁ ଏହି ଦିନ ଚନ୍ଦ୍ର ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ବଡ଼ ଦେଖାଯାଏ ।

୨:- କୁଆଁର ପୂଣ୍ଣିମାର କଣ ରହିଛି ସ୍ବାସ୍ଥ୍ଯ ମହତ୍ତ୍ୱ??👇
👉 ପ୍ରକୃତି ସୂର୍ଯ୍ୟ ଓ ଚନ୍ଦ୍ର ଶକ୍ତି ଦ୍ୱାରା ପରିଚାଳିତ । ଚନ୍ଦ୍ର ଶୀତଳତା, ସୌମ୍ୟ, ସ୍ନିଗ୍ଧ, ଶାନ୍ତ, ସହିଷ୍ଣୁତାର ପ୍ରତୀକ । ଚନ୍ଦ୍ରର ପ୍ରଭାବ ମନ ଉପରେ ପଡ଼େ ତେଣୁ ମାନସିକ ରୋଗୀଙ୍କ ପାଇଁ ଶରତ ପୂର୍ଣ୍ଣିମା ଏକ ଅମୃତ ଦିନ । ପୃଥିବୀରେ ଚନ୍ଦ୍ର ପୁଷ୍ଟିକାରକ ର କାମ କରନ୍ତି । ରୂପେଲି ଚନ୍ଦ୍ର କିରଣରେ ଥାଏ ଏକ ପ୍ରକାର ବିଶେଷ ରାସାୟନିକ ତ୍ୱରାନ୍ୱିତକାରୀ ତତ୍ତ୍ୱ ଯାହାକି ଶରୀରରେ ଦରକାର ପଡୁଥିବା ଭିଟାମିନ, ଖଣିଜ ତତ୍ତ୍ୱ, ହର୍ମୋନ ଆଦି ଶରୀର ଭିତରେ ତିଆରି ହେବାରେ ସାହାଯ୍ୟ କରେ । ଯେଉଁମାନେ ହର୍ମୋନ ଅଭାବ ଯୋଗୁଁ ନାନାଦି ରୋଗରେ ପୀଡିତ ସେମାନେ ଶରତ ପୂର୍ଣ୍ଣିମା ଦିନ ଭରପୁର ଚନ୍ଦ୍ର କିରଣ ନେବା ଉଚିତ ।

👉ଯେଉଁମାନେ ଭଲ ପାଠ ପଢ଼ିବା ପାଇଁ ଚାହାଁନ୍ତି, ମସ୍ତିଷ୍କକୁ ସୁସ୍ଥ ଏବଂ ସ୍ୱରଣ ଶକ୍ତିକୁ ପ୍ରଖର କରିବାକୁ ଚାହାଁନ୍ତି ସେମାନେ ଦେଶୀ ଗାଈ କ୍ଷୀରରେ ପ୍ରସ୍ତୁତ କ୍ଷୀରିରେ ଅଶ୍ୱତତ୍ ଗଛର ଚାଲିକୁ ପକେଇ ଚନ୍ଦ୍ର ଆଲୋକରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏକ କଂସା ପାତ୍ରରେ ରଖି ଖାଇବା ଉଚିତ । ବଳ, ବୁଦ୍ଧି, ବୀର୍ଯ୍ୟର ବୃଦ୍ଧି ହେବା ସହ ପ୍ରତିରୋଧ ଶକ୍ତି ଅଧିକ ବଢ଼ିବ । କିନ୍ତୁ ରାତ୍ରି ଅନିଦ୍ରା ରହି ଚନ୍ଦ୍ର କିରଣ ନେବାକୁ ପଡିବ ।

👉 ରକ୍ତ କର୍କଟ ରୋଗୀଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ଅଟେ l ରୋଗୀ ଯଦି ଗୋମାତାଙ୍କ ଚୂଳରେ ସ୍ନେହ ପୂର୍ବକ ହାତରେ ଆଉଁସିବା ଆରମ୍ଭ କରନ୍ତି ତାହେଲେ ଏହି ଦିନର ବିଶେଷ ସୁପ୍ରଭାବ ରୋଗୀର ରୋଗ ଦୂର କରିବାରେ ସାହାଯ୍ୟ କରେ । ଏହାକୁ ଯଦି ପ୍ରମାଣ କରିବାକୁ ଯିବା ଦେଖିବା ଯେ ଏହିଦିନ ଗୋମାତାଙ୍କ ଚୂଳ ଉପରେ ଚନ୍ଦ୍ର ବିଦ୍ୟମାନ ଥାନ୍ତି ଏବଂ ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର ଅଧିକ ମଜବୁତ ଥାନ୍ତି । ଗୋମାତାଙ୍କ ସହିତ ଯଦି ଏହି ଦିନ ମଣିଷ ଖୋଲା ଆକାଶ ତଳେ ରହେ ତାହେଲେ ମଧ୍ୟ ଡବଲ ଲାଭ ମିଳେ ଏବଂ ମଣିଷକୁ ନାନାଦି ମାନସିକ ଓ ଶାରୀରିକ ପୀଡାରୁ ମୁକ୍ତି ମିଳେ l

👉 ଆହୁରି ମଧ୍ୟ ନଇଁ ବା ସମୁଦ୍ର କୂଳରେ ବିଚରଣ କଲେ ରାତି ସାରା ମଣିଷକୁ ପରମ ଶାନ୍ତି ସହିତ ନାନା ପ୍ରକାର ବାତ ରୋଗ ଦୂର ହେଇଥାଏ । ଧ୍ୟାନ ଦେଵେ ଯେତିକି କମ ବସ୍ତ୍ର ଶରୀରରେ ଲାଗିବ ସେତିକି ଭଲ । ଖୋଲା ଶରୀରରେ ଭ୍ରମଣ ଅତ୍ୟନ୍ତ ଲାଭ ଦାୟକ ।ଅନିଦ୍ରା ରହିପାରିଲେ ବହୁତ ଭଲ ।

👉 ବଣ, ଜଙ୍ଗଲ ଆଦି ସ୍ଥାନରେ ମଧ୍ୟ ଭ୍ରମଣ କଲେ ଶରୀର ଖୁବ ମଜବୁତ ହୋଇଥାଏ । ପୂର୍ବ କାଳରେ ଏଭଳି ମାନ୍ୟତା ଥିଲା କି ରାଜ୍ୟର ରାଜା ପ୍ରତି ଶରତ ପୂର୍ଣ୍ଣିମା ଦିନ ଜଙ୍ଗଲରେ ରାତିରେ ଉଜାଗର ରହି ଭ୍ରମଣ କାର୍ଯ୍ୟ କରୁଥିଲେ ସେଥିପାଇଁ ସେମାନେ ଖୁବ ଶକ୍ତିଶାଳୀ ରହି ପାରୁଥିଲେ ।

➡️ ଶରତ ପୂର୍ଣ୍ଣିମାରେ ଗୋମୁତ୍ର ସଂଗ୍ରହ ନିତାନ୍ତ ଦରକାର । ଏହା ନେତ୍ର ସମ୍ବନ୍ଧୀୟ ତଥା ପିତ୍ତ ରୋଗ ପାଇଁ ବିଶେଷ ଭାବରେ ଉପଯୋଗୀ ଅଟେ ।

୩:- ଶରତ ପୂର୍ଣ୍ଣିମାରେ କେମିତି ଆମେ ଆମର ମନୋସ୍କାମନା ପୂର୍ଣ୍ଣ କରିପାରିବା???👇

👉 ପୌରାଣିକ ମତ ଅନୁସାରେ ଶରତ ପୂର୍ଣ୍ଣିମା ଦିନ ମହାଲକ୍ଷ୍ମୀ ଉତ୍ପତ୍ତି ହେଇଥିଲେ ତେଣୁ ଏହି ଦିନକୁ ଧନ ବର୍ଷା ଯୋଗ କୁହାଯାଏ । ଏହି ଦିନ ଯିଏ ଉପବାସ କରି ମା ଲକ୍ଷ୍ମୀଙ୍କ ପୂଜାର୍ଚନା କରେ ଏବଂ ସାରା ରାତି ଉଜାଗର ରହି ମା ଲକ୍ଷୀଙ୍କ ଆରାଧନା କରେ ତାଙ୍କ ଘରେ ଧନ, ଜନ ଗୋପ ଲକ୍ଷୀ ପରିପୂର୍ଣ୍ଣ ହୋଇଥାଏ । ଶ୍ରୀ କୃଷ୍ଣ ଏହି ଦିନ ଋଷି ମୁନି ବେଶରେ ଥିବା ତପସ୍ୱିନୀ ଗୋପୀମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥିଲେ ମାହାରାସ କରାଇ ।

👉 କୁଆଁରୀମାନଙ୍କ ଅଦ୍ଭୁତ ଦିନ । ଆମ ଓଡ଼ିଆ ସଂସ୍କୃତିରେ କୁଆଁର ପୂର୍ଣ୍ଣିମାକୁ ବହୁତ ହର୍ଷ ଆନନ୍ଦର ସହ କେଉଁ ଆବାହନ କାଳରୁ ପାଳନ କରାଯାଉଛି ଏହାର କାରଣ ହେଲା ଏହି ଅମୃତବର୍ଷାକୁ କୁଆଁରୀମାନଙ୍କ ପାଇଁ ବିଶେଷ ଦରକାର ଏକ ମଜବୁତ ଜନନୀ ହେବା ସହ ଉତ୍ତମ ସନ୍ତାନ ସୃଷ୍ଟି ପାଇଁ ଏହା କେବଳ ନାରୀମାନଙ୍କ ପାଇଁ ନୁହେଁ ପୁରୁଷ ସମାଜକୁ ଓଡ଼ିଆ ସଂସ୍କୃତିର ବୈଜ୍ଞାନିକତା ପ୍ରଦାନ କରେ ଯେତେବେଳେ ଏହି ଦିନ ଆନନ୍ଦତା ସହ ପୁରୁଷ ସମାଜ କୌଣସି ସଂସ୍କୃତିକ ଖେଳରେ ସମ୍ପୃକ୍ତ ହୁଏ ।

୪:- କୃଷି ପାଇଁ ବିଶେଷ ଦିନ ଶରତ ପୂର୍ଣ୍ଣିମା????👇

ପ୍ରକୃତିକୁ ପରୀକ୍ଷା କରିବା ପାଇଁ ଶରତ ପୂର୍ଣ୍ଣିମା ଠାରୁ ଉତ୍ତମ ଦିନ କିଛି ବି ହୋଇନପାରେ । ଏହି ଦିନ ବୀଜ ବା ମଞ୍ଜିର ପରୀକ୍ଷା ହୋଇଥାଏ । କେଉଁ ମଞ୍ଜି ଅଧିକ ଅମଳକ୍ଷମ ହେବ, ରୋଗ – ପୋକ ସହିଷ୍ଣୁ ହେବ ଇତ୍ୟାଦି? ପ୍ରକୃତି ଯେଉଁ ମଞ୍ଜିକୁ ବାଛିବ ସେଇ ମଞ୍ଜିର ଓଜନ ନିଶ୍ଚୟ ଅନ୍ୟ ପ୍ରକାର ମଞ୍ଜି ଠାରୁ ଅଧିକ ହେବ । ଉଦାହରଣ ସ୍ୱରୂପ ଆମେ ଯଦି ଧାନ ଚାଷ ପାଇଁ ଯାଉଛନ୍ତି ତେବେ ଧାନର ସମସ୍ତ ପ୍ରକାରକୁ ନେଇଯିବା ଯେମିତିକି ଉଦାହରଣ ରୂପେ ସାରଳା, ହଜାରେ ଏକ, ଲଲାଟ, ସ୍ବର୍ଣ୍ଣ, ପୂଜା ବା ଆପଣଙ୍କ ପସନ୍ଦ କୌଣସି ଧାନ ପ୍ରଥମେ 100 ଗ୍ରାମ ଲେଖାଏଁ ନେଇଯିବେ ଏବଂ ସନ୍ଧ୍ୟା ବେଳଠୁ ଭୋର ସକାଳ ପର୍ଯ୍ୟନ୍ତ ଚନ୍ଦ୍ର ଆଲୋକରେ ରଖିବେ । ଆଉ ସୂର୍ଯୋଦୟ ପୂର୍ବରୁ ଓଜନ କରିବେ ଯେଉଁ ଧାନର ଓଜନ ସବୁଠୁ ଅଧିକ ହେବ ଜାଣିବେ ଏହି ଧାନ ଆଗାମୀ ଖରିପ ବା ରବି ପାଇଁ ପ୍ରକୃତି ଚାହୁଁଚି ଏବଂ ଏହି ପ୍ରାଚୀନ ବୈଜ୍ଞାନିକ ପଦ୍ଧତି ଏବେ ମଧ୍ୟ କାର୍ଯ୍ୟ କରୁଛି । ଆଜି ଶ୍ରୀ ଗୋବିଜ୍ଞାନ ଓଡ଼ିଶା ମଞ୍ଚରେ ଆମକୁ ସାରା ଓଡ଼ିଆ ଚାଷୀଙ୍କ ହିତ ରେ ପ୍ରକାଶ କରିବାକୁ ଅତ୍ୟନ୍ତ ଖୁସି ଲାଗୁଚି । ଆମର ଆଶା ଆପଣ ନିଶ୍ଚୟ ଆଜିର ସାଂସ୍କୃତିକ ସ୍ୱାସ୍ଥ୍ୟ କଥାରୁ ଉପକୃତ ହେବେ ।

ଯଦି କାହାର କୌଣସି ରୋଗ ବା ଜାଣିବାର ଇଚ୍ଛା ଥାଏ ସିଧା ଆମ ସହିତ କଥା ହେଇପାରିବେ l ଏହା ସମ୍ପୂର୍ଣ୍ଣ ନିଃଶୁକ୍ଳ ଅଟେ ।

💐💐ଶରତ ପୂର୍ଣ୍ଣିମାର ଅନେକ ଅନେକ ଅଭିନନ୍ଦନ 💐💐

🙏ଜୟ ଶ୍ରୀ ଜଗନ୍ନାଥ🙏ଜୟ ଗୋବଂଶ🙏

*ସ୍ବାସ୍ଥ୍ଯ ଓ ସଂସ୍କୃତି ବିଭାଗ*

🕉️ ଶ୍ରୀ ଗୋବିଜ୍ଞାନ ଓଡିଶା 🕉️

ଆମ ସଂସ୍କୃତି କଥା – 24 ଶରତ ପୂଣ୍ଣିମାର ସ୍ବାସ୍ଥ୍ଯ କଥା ଉପରେ*

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *