#Breaking News

କନ୍ଧମାଳରେକେନ୍ଦ୍ରଶିକ୍ଷାମନ୍ତ୍ରୀ ସୁବାସ ସରକାର ଜିଲ୍ଲା ପଦାଧିକାରୀ, ଲୋକ ପ୍ରତିନିଧିଙ୍କ ସହ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା


ଫୁଲ ବାଣୀ(ସୁନୀଲପଟନାୟକ)
ରବିବାର କେନ୍ଦ୍ରଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାର, ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମ ବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ ।
ପହଞ୍ଚିବାପରେ ସେଠାରେ ବିଜେପି ଓ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛସ୍ଵୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା
ବିଜେପି ପକ୍ଷରୁ ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ପୌରାଧ୍ଯକ୍ଷାସ୍ମିତା ମହାନ୍ତି,କାଉନସିଲ ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରମୁଖ ଫୁଲ ତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବରୀ ଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ ।
ପରେ ଜିଲ୍ଲା ପ୍ରଶାସନର ସମ୍ମିଳନୀ କକ୍ଷ ଠାରେ ବରୀଷ୍ଟ ଅଧିକାରୀମାନଙ୍କ ସହ ଜିଲ୍ଲା 6ର ଚାଲିଥିବା ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କୀତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

Leave a comment

Your email address will not be published. Required fields are marked *