#Breaking News #District

ଫିରିଙ୍ଗିଆ ପୁର୍ବତନ ଥାନାଧିକାରୀ ଓ ଦୁଇ ହୋମଗାର୍ଡ ଙ୍କ ବିରୁଦ୍ଧରେ ମାମଲା ରୁଜୁ, ୨୮ରେ ହେବାକୁ ଥିବା ଆନ୍ଦୋଳନ ପ୍ରତ୍ୟାହୃତ


ଫୁଲବାଣୀ (ସୁନୀଲ ପଟ୍ଟନାୟକ)
ଫିରିଙ୍ଗିଆ ଥାନା ଗାଡି ଓଡି- ୦୫ଏସ -୧୭୯୯ ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହେବା ଓ ଏଥିରେ ପୁର୍ବତନ ଥାନା ଅଧିକାରୀ ଙ୍କ ସଂପୃକ୍ତି କୁ ନେଇ ଅଭି ଯୋଗ ର କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ, ପରେ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥଲା l
ଆଉ ସେହି ମାମଲାରେ ଆଜି ଶନିବାର ପୁର୍ବତନ ଥାନା ଅଧିକାରୀ ତପନ କୁମାର ନାହାକ, ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକ ଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛିl ସେମାନଙ୍କ ବିରୁଦ୍ଧରେ ୧୪୩/୨୩ଧାରା ୩୪୨/୩୨୩/୩୪/ଆରଡ ବ୍ଲୁ_୨୫/୨୮/୨୯ଏନ୍ ଡି ପି ଏସ ଏକ୍ଟ ଓ ଆର ଡ ବ୍ଲୁ ୨୯ପୋଲିସ ଏକଟ ରେ ମାମଲା ରୁଜ୍ଜୁ ହୋଇଛି l
ଫଳରେ ଆସନ୍ତା ୨୮ରେ କଂଧମାଳ ମିଳିତ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଥିବା ଆନ୍ଦୋଳନ କୁ ପ୍ରତ୍ୟାହାର କରାଯାଇଥିବା ବିଷୟ ମିଳିତ ମଞ୍ଚ ପକ୍ଷରୁ ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି l
ସୂଚନା ଯୋଗ୍ୟ ଯେ, ଏହି ମାମଲା ରେ ପୂର୍ବରୁ ହୋମଗାର୍ଡ ଦୁଇଜଣ ଙ୍କୁ ଚାକିରି ରୁ ବହିଷ୍କୃତ କରାଯାଇଥିବା ବେଳେ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟ କୁ ବଦଳୀ କରାଯାଇଥିଲା ଓ ପରେ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା l
ଏବେ ଏହି ମାମଲାର ତଦନ୍ତ ଡିଏସପି ହୋମ ଗାର୍ଡ ଏ କେ ନାୟକ କରିବେ ବୋଲି କୁହାଯାଇଛି l
ତେବେ ଏହୀ ସମ୍ବେଦନ ଶିଳ ଘଟଣା ରେ ବିଜେପି ପ୍ରତିନିଧି ଦଳ, ଫୁଲବାଣୀ କୁଇସମାଜ ସେବା ସମିତି, ମିଳିତ ନାଗରିକ ମଞ୍ଚ, କଂଗେସ ଦଳ ଆଦି ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଟଣା ର ନିରପେକ୍ଷ ତଦନ୍ତ ଦାବି କରିବା ସହ ପୁର୍ବତନ ଥାନା ଅଧିକାରୀ ନାହାକ ଙ୍କ ବିରୁଦ୍ଧରେ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ ଦାବୀ କରୁଥିଲେ l
ତେବେ କଂଧମାଳ ମିଳିତ ମଞ୍ଚ ପକ୍ଷରୁଆସନ୍ତା ୨୮ରେ ରlଲୀ, ବିକ୍ଷୋଭ, ଓ ପ୍ରତିବାଦ ସଭା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l
ଏସବୁକୁ ଦୃଷ୍ଟିରେ ରଖି ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକ ପୁଖନୁପୁଙ୍ଖ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରି ଥିଲେ l

Leave a comment

Your email address will not be published. Required fields are marked *