#Breaking News

ନବୋଦୟ ସ୍କୁଲରେ ଛାତ୍ରଙ୍କୁ ନିର୍ଯ୍ୟାତନା ଅଭିଯୋଗ


ଫୁଲ ବାଣୀ(ସୁନୀଲପଟନାୟକ)
ଫୁଲବାଣୀ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହେଉଛି । ମଙ୍ଗଳବାର ବିଦ୍ୟାଳୟରେ ପାଠ ପଡୁଥିବା ଜଣେ ଛାତ୍ରଙ୍କୁ କିଛି ସିନିୟର ଛାଡ଼ ରାଗିଙ୍ଗ
କରିଥିବା ଖବର ସାମନାକୁ ଆସିଛି । ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ଏହି ଛାତ୍ରଙ୍କ ମୁହଁର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଖବର ମିଳିଛି ଯେ, ଯୁକ୍ତଦୁଇ ଶ୍ରେଣୀର କିଛି ଛାତ୍ର କୁଆଡ଼େ ରାଗିଙ୍ଗ କରିବା ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପ୍ରିନସପାଲଙ୍କୁ ପଚ଼।ରିବାରେ କୌଣସି
ଉତ୍ତର ଦେଉନାହାନ୍ତି। ତେବେ ପିଡିତ ଛାତ୍ରଙ୍କୁ ନ୍ୟାୟ ଦେବାପାଇଁ ପରିବାର ଲୋକେ ଦାବୀ କରିଛନ୍ତି ।
ସୂଚନାଯୋଗ୍ୟଯେ, ଗତ ମାସରେ ଏହି ବିଦ୍ୟାଳୟର ଜଣେ ଛାତ୍ରର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା ଓ ଏହାକୁ ନେଇ ଅଭିଭାବକ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Leave a comment

Your email address will not be published. Required fields are marked *