#Breaking News

ମାଙ୍କଡଙ୍ଗିଆ ରେ ନୂତନ ପଂଚାୟତ ପ୍ରତିଷ୍ଠା ଦାବିରେ କ. ନୂଆଗାଁ ବ୍ଳକ ର ଅନେକ ବୁଥ ରେ ଭୋଟ ବର୍ଜନ


ଫୁଲବାଣୀ (ସୁନୀଲ ପଟନାୟକ )
ମକ ଡଙ୍ଗିଆ ରେ ନୂତନ ଗ୍ରାମପଂଚାୟତ ଗଠନ ଦାବୀ କରି ବ ଯିରୀଡିକିଆ ପଂଚାୟତ ର ପ୍ରାୟ୭ /୮ ଟି ବୁଥ ରେ ଲୋକେ ଭୋଟ ବର୍ଜ୍ଜନ କରିଛନ୍ତି l ମାଙ୍କଡ଼ୀଙ୍ଗିଆ ସେବାଶ୍ରମ ବୁଥ ଆଗରେ କିଛି ମହିଳା ବୁଥ ସାମ୍ନାରେ ସକାଳୁ ଧାରଣାରେ ବସିଥିଲେ l
ସେହିପରି ଉପର କେଙ୍ଗ ରିକିଆ, ତଳ କେଙ୍ଗେର କିଆ, ଡୁଡୁକାର ଗାଁ, କୁପୁଗୁଡା, ଗୁଂଜି ଗାଁ, ଡୁଲାବାଲି, ଆଦି ବୁଥ ଗୁଡିକରେ ଲୋକେ ଭୋଟ ବର୍ଜନ କରିଛନ୍ତି l
ଏହି ଗ୍ରାମ ର ଲୋକଙ୍କୁ ଯିରୀଡ଼ିକିଆ ପଂଚାୟତ ରେ ସାମିଲ କରାଯାଇଛି ସେମାନଙ୍କୁ ଯିରୀଡ଼ିକିଆ ପଂଚାୟତ ବହୁତ ଦୂର ହେଉଥିବାରୁ ସେମାନେ ମକ ଡଙ୍ଗିଆ ଠାରେ ପଂଚାୟତ ପ୍ରତିଷ୍ଠା ଦାବୀ କରିଆସୁଛନ୍ତିl ସରକାର ସେମାନଙ୍କ ଦାବୀ ନ ଶୁଣିବା ଫଳରେ ସେମାନେ ବାଧ୍ୟ ହୋଇ ଭୋଟ ବର୍ଜନ କରିଥିବା କହିଛନ୍ତି l
ସେହିପରି କ. ନୂଆଗାଁ ବ୍ଳକ ସାଇନପଡା ପଚାୟତ ରେ ଅନେକ ବୁଥ ରେ ଲୋକେ ଭୋଟ ବର୍ଜନ କରିଛନ୍ତି l
ସୂଚନା ଯୋଗ୍ୟ ଯେ ଏମାନେ ଗତ 2017,ପଂଚାୟତ ନିର୍ବାଚନ ଓ 2019ସାଧାରଣ ନିର୍ବାଚନ ରେ ବି ଭୋଟ ବର୍ଜନ କରିଥିଲେ lତଥାପି
ସେମାନଙ୍କ ଦାବୀ ପୂରଣ ହେଉନାହିଁ l
ପ୍ରଶl ସନ ପକ୍ଷରୁ ବରିଷ୍ଠ ଅଧିକାରୀ ମାନେ ବୁଝାଇବା ପରେ ମଧ୍ୟ ସେମାନେ ଶୁଣିନଥିଲେ ।

Leave a comment

Your email address will not be published. Required fields are marked *