#Education & Job #Headlines #Slider

ଆଠଗଡ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ଉପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସଭ ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଣତି ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଏନଏସି ନଗରପାଳ ସସ୍ମିତା ରାଉତ, ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ଶ୍ରୁତିଧର ରାଉତ, କାଉନ ସିଲର ରାକେଶ ଭକ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୁତିଧର ରାଉତ, ଧରଣୀଧର ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, କାଳନ୍ଦୀ ଚରଣ ସାହୁ ପ୍ରମୁଖ ଯୋଗଦେଇ କହିଲେ ଏହି ସ୍କୁଲ 121 ବର୍ଷ ବିତିଯାଇଛି, ଏହି ସ୍କୁଲରୁ ଅନେକ ଛାତ୍ରଛାତ୍ରୀ ଆଜି ଏହି ସ୍କୁଲରୁ ପାଠପଢି ବିଭିନ୍ନ ସ୍ତରରେ ନାମ କମାଇଛନ୍ତି, ଏଭଳି ସ୍କୁଲ ଆଠଗଡ ସହରରେ ଇତିହାସ କୁ ରୋମନ୍ଥନ କରୁଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ, ସଭାରେ ସ୍କୁଲ ର ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପର୍ଶୁରାମ ବେହେରା,କୁନି କଳାକାର ପିୟୁଷ କୁମାର ମହାପାତ୍ର ଙ୍କ ଦ୍ୱାରା ଗୀଟାରରେ ପରିବେଷଣ କରିଥିଲେ ବନ୍ଦେ ଉତ୍କଳ ଜନନୀ, ଏହି ଗୀଟାର ବାଦନ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ଅତିଥି ମାନଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା, ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଣେଶ ଜନ୍ମ ପରିବେଷଣ କରାଯାଇଥିଲା,

Leave a comment

Your email address will not be published. Required fields are marked *