#Uncategorized

ଅର୍ଥ ସାଜିଛି ବାଧକ l ଦୁଇ ବର୍ଷ ହେଲା ବିଛଣା ରେ ପଡି ରହିଛନ୍ତି ଉଗ୍ରେସନ

ଫୁଲବାଣୀ _(ସୁନୀଲପଟନାୟକ)
କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏସବୁ ଯୋଜନା କେବଳ କାଗଜ କଲମରେ ଚାଲିଛି। ଗ୍ରାମାଞ୍ଚଳର ଗରୀବ ଗୁରୁବାଙ୍କ ପାଖରେ ପହଞ୍ଚିପାରୁନି ଯୋଜନା, Iଯାହାର କି ଜ୍ଵଳନ୍ତ ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଳକରେ । ଟିକା ବାଲି ବ୍ଲକ ଅନ୍ତର୍ଗତ ଇଁଝର ଗ୍ରାମ ପଞ୍ଚାୟତ ମାଲଭୁଇଁ ଗାଁ ର ଉଗ୍ରେଶନ ମଲ୍ଲିକ (୫୫)ଙ୍କ ଜଙ୍ଘ ରେ ଏକ ଘା ହୋଇଥିଲା ଚିକିତ୍ସା ପାଇଁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ କିନ୍ତୁ ଘା ଭଲ ହେଲା ନାହିଁ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଡକ୍ଟର ଙ୍କୁ ଦେଖାଇଥିଲେ ଡକ୍ଟର ଉଗ୍ରସେନ ଙ୍କୁ କ୍ୟାନସର ହୋଇଛି ବୋଲିକହିଲେ l ଡକ୍ଟର ଚିକିତ୍ସା ପାଇଁ ଅଧିକାଅର୍ଥର ଆବଶ୍ୟକ କହିବାରୁ ପଇସା ଅଭାବରୁ ସେ ଏବେ ଘରକୁ ଫେରିଆସିଭଗବାନ ଭରସା ରେ ଘରେ ବିଛଣା ରେ ପଡ଼ିରହିଛନ୍ତି l ଉଗ୍ରସେନ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ନାହିଁ l ନିଜରଚିକିତ୍ସା ପାଇଁ ଘରେ ଥିବା ଗୋରୁଗାଈ ଏପରିକି ଆସବାବ ପତ୍ର ମଧ୍ୟବିକ୍ରି
କରି ସାରି ଲେଣି।
ଏବେ କେବଳସରକାରୀ ସହାୟତାକୁ ଅନାଇ ବସିଛନ୍ତି ଉଗ୍ରେସନl ଜିଲ୍ଲା ପ୍ରଶାସନ ପକ୍ଷରୁ କିମ୍ବା ଯେ କୌଣସି ସ୍ ହ୍ରୁଦୟ ବ୍ୟକ୍ତି ଆର୍ଥିକ ସହାୟତା କଲେ ଉଗ୍ରସେନ ବାହାରକୁ ଯାଇ ବଡ ଡାକ୍ତରଖାନାରେ ଚିକିତ୍ସା କରି ସୁସ୍ଥ ହୋଇଯାଆ 6ନ୍ତl l ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଉଗ୍ରେସନ ଙ୍କ ପରିବାର ଲୋକେ ନିବେଦନ କରିଛନ୍ତି l

Leave a comment

Your email address will not be published. Required fields are marked *