#Breaking News #Uncategorized

କର୍କଟ ରୋଗରେ ଶଯ୍ୟl ଶାୟୀ ଜୟନ୍ତୀ କୁ ଚିକିତ୍ସା ସହାୟତା ମିଳୁନି


ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାର ଗ୍ରାମାଞ୍ଚଳର ଗରୀବ ଲୋକମାନଙ୍କ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିବା କଥା କହୁଛନ୍ତି । ହେଲେ ବାସ୍ତ ବ ଚିତ୍ର କିନ୍ତୁ ଅଲଗା । ଗ୍ରାମାଞ୍ଚଳର ଲୋକେ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡି ଗଡ଼ ପଞ୍ଚାୟତର ବନାଙ୍ଗ ସାହ୮ ନମ୍ଵର ୱ।ର୍ଡରେ ଦେଖିବାକୁ ମିଳିଛି ଏକ ହୁଦୟସ୍ପର୍ଶୀ କରୁଣ ଦୃଶ୍ୟ।
ଗ୍ରାମ ର ଜୟନ୍ତୀ ନା ଏକ ନାମ୍ନି ଜଣେ ମହିଳା କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସା ଅଭାବରୁ ଯନ୍ତ୍ରଣାରେ ଛୁଟପଟ ହୋଇ ଦୀର୍ଘ ୭/୮ ମାସ ହେଲା ଖଟିଆ ରେ ପଡ଼ି ରହିଛି ।
ଚିକିତ୍ସା ପାଇଁ ହାତରେ ପଇସା ଟିଏ ନାହିଁ। ସ୍ଵାମୀ ଜଣେ ଦିନ ମଜୁରିଆ । ମୁଲ ଲାଗିଲେ ପରିବାର ଚଳେ।ଯେଉଁ ଦିନ କାମ ନାହିଁ ସେଦିନ ଖାଡ଼ା ଉପାସ। ଏପରି ସ୍ଥଳେ ସ୍ତ୍ରୀ ଜୟନ୍ତି ଙ୍କ ଚିକିତ୍ସା କିପରି କରିବେ ବୋଲି କହୁଛନ୍ତି । ସରକାରୀ ସହାୟତା ବି ମିଳୁନି କିଛି। ଘର ଖଣ୍ଡିଏ ବିମୁଣ୍ଡ ଗୁଜିଂବାକୁ ନାହିଁ।
ଝାଟିମାଟି ଘରେ ଭାଗ୍ୟକୁ ଆଦରି ପଡିଛି ଜୟନ୍ତୀ । ଚାଲିବୁଲି କିମ୍ବା ଉଠି ବସି ମଧ୍ୟ ପାରୁନି ସେ. I
ଜୟନ୍ତୀ ର ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ,ରାଜ୍ୟ ସରକାର କିମ୍ବା କୌଣସି ଅନୁଷ୍ଠାନ ସ ହୃଦୟ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଲେ ଜୟନ୍ତୀକାଳେ ସୁସ୍ଥ ହୋଇ ଯାଆନ୍ତେ ଓ ପରିବାର ଆଗପରି ହସ ଖୁସିରେ ଚଳନ୍ତା ବୋଲି ଜୟନ୍ତୀଙ୍କ ସ୍ଵାମୀ କହିଛନ୍ତି ।.

Leave a comment

Your email address will not be published. Required fields are marked *