#Breaking News

ପ୍ରକଳ୍ପ ଅଚଳ ପିଇବା ପାଣି ଟୋପାଏ ପାଇଁ ଭଞ୍ଜର ମୁଣ୍ଡା ଗ୍ରାମବାସୀ ଡହଳ ବିକଳ

ଫୁଲବାଣୀ(ସୁନୀଲ ପଟନାୟକ )
ଶିତ ଋତୁ ସରିବାକୁ ଯାଇ ଏବେ ବୈଶାଖ ଋତୁ ଆସୁଥିବା ବେଳେ ଏବେ ବିଭିନ୍ନ ଗ୍ରାମରେ ପିଇବା ପାଣି ସମସ୍ୟା ଦେଖା ଗଲାଣି ।ବୈଶାଖ ମାସ ନଆସୁଣୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧିନସ୍ତ ଭଞ୍ଜର ମୁଣ୍ଡା ଗ୍ରାମରେ ପିଇବା ପାଣିର ସମସ୍ୟା ଦେଖା ଦେଇଛି।ଗ୍ରାମ ବାସି ଙ୍କ କହିବା ଅନୁଯାୟୀ ପିଇବା ପାଣି ସମସ୍ୟା କୁ ନେଇବିଭାଗୀୟ ଅଧିକାରୀ ମାନଙ୍କୁ କିମ୍ବା ପଞ୍ଚାୟତ ଠୁଁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଉଥିଲେ ସୁଦ୍ଧା ଗ୍ରାମରେ ପିଇବା ପାଣି ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ ।ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ପାଣି ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ ।ନିର୍ବାଚନ ସମୟରେ ଅନେକ ନେତା ମନ୍ତ୍ରୀ ଗାଁ କୁ ଆସି ପିଇବା ପାଣି ସମସ୍ୟା ଦୂରୀକରଣ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ମାତ୍ର ଜିତିଲା ପରେଆଉ ପଛକୁ ଫେରି ଚାହୁଁନାହାନ୍ତି ।ଶେଷରେ ବହୁ ନେହୁରା ହେବା ପରେ ଗାଁକୁ ବଲସକୁମ୍ପା ଠାରୁ ମୋଟର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲା ।ମାତ୍ର ତାହା ମଧ୍ୟ ବର୍ଷ ରେ ବାରମ୍ବାର ଖରାପ ହେବା ଯୋଗୁଁ ଠିକ୍ ସମୟରେ ଗ୍ରାମ ବାସି ପାଣି ପାଇ ପାରୁ ନାହାଁନ୍ତି ।ସେହି ପରି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଏକ ସୋଲାର ପାଣି ଟାଙ୍କି ବସାଇ ଦିଆଗଲା ।ସେଥିରୁ ମଧ୍ୟ କିଛି ଦିନ ଗ୍ରାମବାସୀ ପିଇବା ପାଣି ବ୍ୟବହାର କଲେ ।କିନ୍ତୁ ପରବର୍ତ୍ତୀ ସମୟରେ ତାହାମଧ୍ୟ ଖରାପ ହୋଇଯିବାପରେ ଠିକ୍ ସମୟରେ ତାହାର ମରାମତି ନ ହେବା ଯୋଗୁଁ ଓ ପ୍ରକଳ୍ପ ମରାମତି ମଧ୍ୟ ଠିକ୍ ସମୟରେ ନ ହେବା ଯୋଗୁଁ ଗ୍ରାମବାସୀ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ସହିତ ନଦୀ, ନାଳଓ ଚୁଆଁ ପାଣି ବ୍ୟବହାର କରୁଥିବା କହିଛନ୍ତି ।
ଏଣୁ ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ଵ ଦେଇ ପିଇବା ପାଣି ସମସ୍ୟା ର ସମାଧାନ କରିବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *