#Breaking News

ଫୁଲବାଣୀରେବଡ଼ ଖବର ଦିବସ ପାଳିତ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ସଂପାଦକଙ୍କ ଗୁରୁତ୍ଵ


ଫୁଲ ବାଣୀ-ସୋମବାର ଫୁଲ ବାଣୀରସଭାଗୃହ ଠାରେ ସାଟେଲାଇଟ ଟିଭିନିଉଜ ଚାନେଲ ବଡ଼ ଖବର ପକ୍ଷରୁ ବଡ଼ ଖ ବର ଦିବସ ପାଳିତ ହୋଇଥିଲା ଏହି ଅବସରରେ ବଡ଼ ଖବର ସଂପାଦକ ତଥା ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ନିର୍ଭିକ ତାର ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କଲେ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଥିବା ଅନେକ ବଡ଼ ଓ ପୁରୁଣା ଟିଭି ଚ।ନେଲ ଓ ସମ୍ବାଦପତ୍ର ଗୁଡ଼ିକ ଧନୀ ଓ ପୁଞ୍ଜିପତି ଓ ଶିଳ୍ପପତିମାନେ ପ୍ରତିଷ୍ଠା କରିଥିବାରୁ ସେମାନେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମନ୍ତେ ରାଜନୈତିକ ଦଳର ଛତ୍ରଛାୟାରେ ରହିବା ଫଳରେ ନିରପେକ୍ଷ ଓ ସତ୍ୟ ଖବର ପ୍ରକାଶ ହୋଇପାରୁନି। କିନ୍ତୁ ବଡ଼ ଖବର ଟିଭି ଚାନେଲ ଲୋକଙ୍କ ଚାନେଲ ଓ ଲୋକମାନଙ୍କ ସାମୁହିକ ସ୍ଵାର୍ଥ ପାଇଁ କାମ କରୁଛି ବୋଲି କହିଥିଲେ । ଏଣୁ ଲୋକମାନଙ୍କ ସାହାଯ୍ୟ ସହଯୋଗ ଓ ଭଲ ପାଇବା ଦ୍ଵାରା ଏହି ଚାନେଲ ଚାଲିଛି ବୋଲି କହିଥିଲେ ଓ ଆଗକୁ ସହଯୋଗ କରିବାଲାଗି କହିଥିଲେ । ସମାଜ ସେବୀ ତଥା ପ୍ରେସକ୍ଲବ କାର୍ଯ୍ୟକାରି ସଭାପତି ଅଶୋକ ପରିଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଦକ୍ତ । ଭାବେ ଦରୀଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା ବଡ଼ ଖବର କୌଣସି ପରିସ୍ଥିତିରେ ସାଲିସ ନ କରି ସର୍ବଦା ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ କରୁଥିବାରୁ ଏହି ଚାନେଲକୁ ସହଯୋଗ କରିବାକୁ କହିଥିଲେ । ସେହିପରି ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ କମାଣ୍ଡଣ୍ଟାଟ ନବୀନ କିଶୋର ପଣ୍ଡା, ପ୍ରେସ କ୍ଲବ ଉପସଭାପତି ତଥା ଆଇନଜିବୀ , ଶ୍ରମିକ ନେତା ସତ୍ୟନାରାୟଣ ବେହେରା, କର୍ମଚାରୀ ନେତା ବ୍ରଜପଟ୍ଟନାୟକ,ଆଇନଜିବି ବିଜୟ ପଟନାୟକ, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବରୀଷ୍ଠ ସାମ୍ବାଦିକସନ୍ତେ।ଷଡିଗଲ ଓ ରାଧାମୋହନ ମହାପାତ୍ର ବଡ଼ ଖବର ସଂପାଦକଙ୍କୁ ଫୁଲ ତୋଡା ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ବଡ଼ ଖବର ପକ୍ଷରୁ ଜିଲ୍ଲାର ବରୀଷ୍ଠ ତଥା ବୟୋଜ୍ୟେଷ୍ଠ ସାମ୍ବାଦିକ ମହମଦ୍ଦନାଜିର ଅଖ ତାର, ଡ. ଅରୁପ ଜେନା, ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ନାରାୟଣ ସାହୁ, ସନ୍ତୋଷ ଡିଗଲ, ବ୍ରଜବିହାରୀ ନନ୍ଦ, ଶିବାନନ୍ଦ ପଟନାୟକ, ଅଶୋକ ପରୀ ଡ଼ା. ରବୀନ୍ଦ୍ରନାଥ ମିଶ୍ର, ଡଃ ନୃସିଂହ ମହାପାତ୍ର ପ୍ରମୁଖଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର , ଉପଢୌକନ, ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ।
ସେହିପରି ସମାଜସେବାପାଇଁଟିମ ହ୍ୟୁମାନିଟି ଓ ପଶୁମାନଙ୍କ ସେବା କରୁଥିବା ଏକ ସଂଗଠନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ବଡ଼ ଖବର ତୁମୁଡିବନ୍ଧ ପ୍ରତିନିଧି ପବୀତ୍ର ଡିଗଲସ୍ଵାଗତ ଭାଷଣ ଦେଇଥିବାବେଳେ ଅଶୋକ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ବହୁ ବୁଦ୍ଧିଜିବୀ .ସାହିତ୍ୟିକ, ସମାଜ ସେବୀ, ମହିଳା, ସାମ୍ବାଦିକ,
ଓ ବଡ଼ ଖବର ବ୍ଲକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲା ପ୍ରତିନିଧି ବାପି ପଟନାୟକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *