#Exclusive

ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ହାଏ ହାଏ,ଆଠଗଡ ବିଧାୟକ ମୂର୍ଦ୍ଦାବାଦ ରେ କଂପିଲା ଆଠଗଡ

ଆଠଗଡ ସହରରେ ପରିମଳ ସେବା ବିପର୍ଯ୍ୟସ୍ତ, ଚାରିଦିନ ତଳୁ ମରିଥିବା ଷଣ୍ଢ କୁ ଧରି ଶୋଭାଯାତ୍ରା କଲେ ସଫେଇ କର୍ମଚାରୀ,ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ହାଏ ହାଏ,ଆଠଗଡ ବିଧାୟକ ମୂର୍ଦ୍ଦାବାଦ ରେ କଂପିଲା ଆଠଗଡ ସହର
୧୭ ଦିନ ହୋଇଗଲା ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ,ଆଉ କେତେଦିନ ଚାଲିବ ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ତାର ଉତ୍ତର ଆଠଗଡ ପ୍ରଶାସନ ପାଖରେ ନାହିଁ,କିଛିଦିନ ତଳେ ଆଠଗଡ ଉପଜିଲ୍ଲାପାଳ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜନସାଧାରଣ ଙ୍କୁ ଭୁଆଁ ବୁଲାଇବା ପାଇଁ ଏକ ନାଗରିକ ବୈଠକ କରିଥିଲେ,ସେ ବି ଫସର ଫାଟି ଯାଇଥିଲା, ସଫେଇ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବିକୁ ତୁମେ ପୁରଣ ନକରି ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛି ଆଠଗଡ ଏନଏସି,ଏହି ଘଟଣା କୁ ଆଠଗଡ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି,ଏହାରି ଭିତରେ ୧୭ ଦିନ ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ହୋଇଥିବା ବେଳେ ସହରର ମୁଖ୍ୟ ମାର୍କେଟ କୁ ଛାଡି ଦେଲେ ସାହି, ଗଳି ଜମାରୁ ସଫା ହେଉନାହିଁ, ମାତ୍ର ୪ଜଣ ସଫେଇ କର୍ମଚାରୀ ବର୍ତ୍ତମାନ ଏନଏସି ସଫା କରୁଥିଲେ ମଧ୍ୟ ସେମାନଙ୍କ ଉପରେ ଚାପ ବୃଦ୍ଧି କରାଯାଉଛି ସହରକୁ ପରିଷ୍କାର ରଖିବା ପାଇଁ, ଗତ ଚାରିଦିନ ହେଲା ଏକ ଷଣ୍ଢ ମେଡ଼ିକାଲ ଠାରୁ କନ୍ତଲ ରାସ୍ତାରେ ପଡି ମୃତୁବରଣ କରିଥିବା ବେଳେ ଏହା ଗନ୍ଧ ହେବା ଆରମ୍ଭ କରିଥିଲା,କୌଣସି ସ୍ବେଛାସେବୀ ସଂଗଠନ କିମ୍ବା ଏନ୍ଏ ସି ଷଣ୍ଢ ଟିକୁ ଉଠାଇବା ଯୋଗୁ ପରିବେଶ ବିଗୁଡୁଥିବା ବେଳେ ଆନ୍ଦୋଳନ ଜାରି ରଖିଥିବା ସଫେଇ କର୍ମଚାରୀ ମାନେ ନେତା ରାମ ନାରାୟଣ ମହାନ୍ତିଙ୍କ ସହିତ ମିଶି ଏହି ଷଣ୍ଢ କୁ ଏକ ଟ୍ରଲି ରେ ଧରି ସହର ପରିକ୍ରମା କରିବା ସହିତ ବିଭିନ୍ନ ନାରାବାଜି ଦେଇଥିଲେ,ପ୍ରଶାସନ ହାଏ ହାଏ,କାର୍ଯ୍ୟନିର୍ବାହୀ ଅଧିକାରୀ ହାଏ ହାଏ,ଆଠଗଡ ବିଧାୟକ ମୂର୍ଦ୍ଦାବାଦ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ଆଠଗଡ ସହର,ଗତ ୩୦ ବର୍ଷ ହେଲା ଆଠଗଡ ବିଧାୟକ ଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଫେଇ କର୍ମଚାରୀ ଙ୍କ ପାଇଁ କଂଣ୍ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସଫେଇ କର୍ମଚାରୀ ମାନେ,୩୦ ବର୍ଷ ହେଲା ବିଜେଡି କବଳରେ ଥିଲା ସଫେଇ କର୍ମଚାରୀ ସଙ୍ଘ, ସେମାନଙ୍କ ଦାବି ପୂରଣ ନହେବା ଯୋଗୁ ସଙ୍ଘ ଆଜି ଆଶ୍ରୟ ନେଇଛି ଅନ୍ୟ ପାଖରେ,ଯୋଉ ପର୍ଯ୍ୟନ୍ତ ସଫେଇ କର୍ମଚାରୀ ଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି କହିଛନ୍ତି ସଫେଇ କର୍ମଚାରୀ ସଂଘ ନେତା ରାମ ନାରାୟଣ ମହାନ୍ତି,ସଫେଇ କର୍ମଚାରୀ ଙ୍କ ଷଣ୍ଢ ଉଠାଇବା କାର୍ଯ୍ୟକୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି,ଆଠଗଡ ସହର ପୁତି ଗନ୍ଧ ମୟ ହୋଇ ପଡ଼ିଥିବା ବେଳେ ପ୍ରଶାସନ,ବିଧାୟକ ଚିର ନିଦ୍ରାରେ ଶୋଇଛନ୍ତି, ଖୁବଶୀଘ୍ର ଆଠଗଡ ସହରରେ ଏକ ଅଜଣା ରୋଗ ବ୍ୟାପିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ,

Leave a comment

Your email address will not be published. Required fields are marked *