#Uncategorized

ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା

ଭୁବନେଶ୍ୱର(ଉଲାପ୍ର)ରାଜ୍ୟରେ ପ୍ରଭାରୀ, ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପୁରୁଣା ନେତାଙ୍କୁ ଖୋଜୁଥିବା ବେଳେ ଅନ୍ୟ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରାଙ୍କ ସମେତ ଦେବେନ୍ଦ୍ର ଶର୍ମା ଗତ ୨୬ ତାରିଖରୁ ଦିଲ୍ଲୀରେ ଅଛନ୍ତି । ରାଧାକାନ୍ତ ଦିଗାଲ, ରବୀନ୍ଦ୍ର କୁମାର ସେଠୀଙ୍କ ଭଳି ରାଜ୍ୟ କଂଗ୍ରେସର ନେତା ମଧ୍ୟ ଦିଲ୍ଲୀରେ ଅଛନ୍ତି । ରାଜ୍ୟରେ କଂଗ୍ରେସ ଠିକ ଭାବେ ଚାଲୁନାହିଁ । ତେଣୁ ବରିଷ୍ଠ ନେତାମାନଙ୍କୁ ଡାକି ରାଜ୍ୟରେ ଦଳର ସ୍ଥିତି ସୁଧାରିବା ପାଇଁ ଏଆଇସିସି ହସ୍ତକ୍ଷେପ କରୁ ବୋଲି ଏହି ନେତାମାନେ ଦାବି କରି ଦଳର ସଂଗଠନ ସାଧାରଣ ସଂପାଦକ କେ.ସି ବେନୁଗୋପାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସେହିପରି ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତ୍ତାଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ,ସଂଗଠନକୁ ସଜାଡିବା ପାଇଁ ଦିଲ୍ଲୀ ନେତୃତ୍ୱର ନିର୍ଦ୍ଦେଶ ପାଇଁ ଚେଲ୍ଲା କୁମାର ୨ ଦିନିଆ ଓଡିଶାରେ ପହଞ୍ଚିଛନ୍ତି । କଂଗ୍ରେସ ପ୍ରତିଷ୍ଠା ଦିବସର ଶତବାର୍ଷୀକ ପାଳନ ହେଉଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ କ୍ଷେତ୍ରରେ ସଭା କରୁଛନ୍ତି ଚେଲ୍ଲା କୁମାର । ହେଲେ ପୁଣି ରାଜ୍ୟ କଂଗ୍ରେସରେ ଫାଟ ଦାଣ୍ଡରେ ପଡି ହାଟରେ ଗଡିଛି । ପିସିସି ସଭାପତି ପରିବର୍ତ୍ତନ ନେଇ ଏହି ନେତାମାନେ ଦିଲ୍ଲୀ ନେତୃତ୍ୱକୁ ଫେରାଦ ହୋଇଥିବା ଚର୍ଚ୍ଚା ହେଉଥିଲା ହେଲେ ଦିଲ୍ଲୀରେ ଥିବା ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା

Leave a comment

Your email address will not be published. Required fields are marked *