#Exclusive

ଓଡ଼ିଆଜାତିର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ।

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ଦିବସ କଟକ ଜିଲା ଆଠଗଡ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ମାଧପୁର ଠାରେ ଅନୁଷ୍ଠିତ ହୋଇଯାଇଛି,ଉଚବିଦ୍ୟାଳୟର୍ ଶିକ୍ଷୟତ୍ରୀ ସୌଦାମିନୀ ଭକ୍ତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆଜାତିର କର୍ଣ୍ଣଧାର ଥିଲେବୋଲି ମତବ୍ୟକ୍ତ କରିଥିଲେ,

ଉତ୍କଳ ସମିଳନୀ ର୍ ଆବାହକ ଭାବରେ ସେ ଯେପରି ପ୍ରଶଂସନୀୟ ଓଡ଼ିଆ ଭାଷାର ପ୍ରତିଷ୍ଠା ପାଇଁ ତାଙ୍କର ଅଦମ୍ୟ ଉଦ୍ୟମ ଅବିସମ୍ବାଦିତ,ଜୀବନର କଣ୍ଟକିତ ପଥରେ ଯାତ୍ରାକରି ସଂଗ୍ରାମ ଓ ସଂଘର୍ଷ ମଧ୍ୟରେ ଉତ୍କଳ ଜନନୀ ର୍ ପଦ ଯୁଗଲରୁ ପରାଧୀନତାର ଶୃଙ୍ଖଳ ଛୀନ କରିବାରେ ସେ ଥିଲେ ଅପ୍ରତିଦ୍ବନ୍ଦି। ଜ୍ଞାନ ଗର୍ଭା ମନିସି ଭାବରେ ତାଙ୍କର ପ୍ରତିଭା ସୁଦୂର ପ୍ରସାରି,ଅଖ୍ୟାତ ପଲିରୁ ଦିଲୀ ଓ ଦିଲ୍ଲୀରୁ ଦଉଲ୍ଟାବାଡ଼ ଭିତରେ ସୀମା ଭିତରେ ଆବଦ୍ଧ ନରହି ତାଙ୍କ ପ୍ରତିଭାର ପ୍ରଜାପତି ପୃଥିବୀର କୋଣା ନୁ କୋଣେ ଭ୍ରମଣ କରିଛି,ଏହି ଉତ୍ସବ ରେ ସଂମାନିତ ଅତିଥି ଭାବେ ଉଦୟଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ଓ ଯୁବନେତା ଆଲୋକ କୁମାର ବଳିୟାର ସିଂ,ଶିକ୍ଷୟିତ୍ରୀ ଶୋଭାଙ୍ଗିନୀ ଲେଙ୍କା,ଅଳକା ମଲିକ, ଜୋତିର୍ମୟୀ ରାଉତ,ସାମ୍ବାଦିକ ଅର୍ଧେନ୍ଦୁ ମହାନ୍ତି,ସନ୍ତୋଷ ବାରିକ,ବିଜୟ ନାୟକ ପ୍ରମୁଖ ଯୋଗଦେଇ ମଧୁସୂଦନ ଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିଲେ, ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ଵେତ ପଦ୍ମା ମହାନ୍ତି।

Leave a comment

Your email address will not be published. Required fields are marked *