#Breaking News

କଳିଙ୍ଗା ଜଙ୍ଗଲରେ ଦନ୍ତା ବୁଲୁଛି, ଦେଖିଲେ ଗୋଡ଼ାଉଛି


ଫୁଲବାଣୀ-(ସୁନୀଲପଟନାୟକ)
ସାବଧାନ! କଳିଙ୍ଗା ଜଙ୍ଗଲରେ ଦନ୍ତ । ବୁଲୁଛି । ଯାହାକୁ ଦେଖିଲେ ଗୋଡା ଉଛି। ଫଳରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଦନ୍ତାର ବଡ଼ ବଡ଼ ଦାନ୍ତ ଅଛି। ଫଳରେ କେହି ଶିକାରୀ ଦାନ୍ତ ଲୋଭରେ ଗୁଳିକରି ଆହତ ହୋଇ ଘାଇଲାହୋଇ ବୁଲୁଥିବା ଖବର ମିଳିଛି ।
ସୂଚନାଯୋଗ୍ୟ ଯେ, କଳିଙ୍ଗା ଅଞ୍ଚଳର କିଛି ପୁରୁଷ ମହିଳା ଜଙ୍ଗଲ ଯାଇଥିବାବେଳେ ହଠାତ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ।ଦନ୍ତ । ଏମାନଙ୍କୁ ଗୋଡ଼ାଇବା ଫଳରେ ସମସ୍ତେ ପ୍ରାଣ ବିକଳରେ ଘରକୁ ଦଉଡି ଆସି ଜିବନ ବଞ୍ଚାଇଥିଲେ।ଦନ୍ତ । ଧାନ ବିଲରେ ପଶି ଧାନ ଖାଇବା ସହ ଦଳି ନଷ୍ଟ କରୁଛି। ବନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଦନ୍ତାକୁ ଘଉଡାଇବା ସହ କ୍ଷତିପୁରଣ ଦେବା ବ୍ୟବସ୍ଥା କରିବାଲାଗି ଚାଷୀଦାବୀ କରିଛନ୍ତି ।
ଜଙ୍ଗଲ ଓ ବିଲରେ ଦନ୍ତ । ର ପାଦଚିହ୍ନ ଓ ମଳପଡିଥିବା ଦେଖାଯାଇଛି. ।

Leave a comment

Your email address will not be published. Required fields are marked *